spot_img

Latest Posts

ବିହାର ନିର୍ବାଚନ ପରେ ଚାଲିଲା ଆତ୍ମସମୀକ୍ଷା ; ରାହୁଲ କହିଲେ ଆରମ୍ଭରୁ ନଥିଲା ନିର୍ବାଚନରେ ସ୍ବଚ୍ଛତା…

ନନ୍ଦିଘୋଷ ବ୍ୟୁରୋ: ସରିଲା ବିହାର ଖେଳ। ଏବେ ଆରମ୍ଭ ହେଲା ଆତ୍ମସମୀକ୍ଷା। ଦିଲ୍ଲୀସ୍ଥିତ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ବାସଭବନରେ ହୋଇଛି ବୈଠକ। ଏଥିରେ ସାମିଲ ହୋଇଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଏନଡିଏ ୨୦୨ ଆସନରେ ବିଜୟୀ ହୋଇଥିବାବେଳେ ମହାଗଠବନ୍ଧନକୁ ମିଳିଛି ମାତ୍ର ୩୫ ଆସନ। ଏନଡିଏର ବିଜେପିକୁ ୮୯ ଆସନ ମିଳିଥିବାବେଳେ ଜେଡିୟୁକୁମିଳିଛି ୮୫ ଆସନ। ସହଯୋଗୀ ଏଲଜେପି(ଆର)କୁ ୧୯ ଆସନ ମିଳିଥିବାବେଳେ ହାମକୁ ମିଳିଛି ୫ ଆସନ। ଆରଏଲଏମକୁ ମିଳିଛି ୪ ଆସନ।

ସେହିପରି ମହାଗଠବନ୍ଧନରେ ଆରଜେଡିକୁ ମାତ୍ର ୨୫ ଆସନ ମିଳିଥିବାବେଳେ କଂଗ୍ରେସକୁ ୬, ସିପିଆଇଏମଏଲକୁ ୨, ସିପିଏମକୁ ୧, ଆଇଆଇପିକୁ ଗୋଟିଏ ଆସନ ମିଳିଛି। କୌଣସି ମେଣ୍ଟରେ ନଥିବା ଏଆଇଏମଆଇଏମକୁ ୫ ଆସନ ଓ ବିଏସପିକୁ ଗୋଟିଏ ଆସନ ମିଳିଛି। ସେପଟେ ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ଲାଗି ମୂଳରୁ ସଂଗ୍ରାମ କରିଆସୁଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି- ବିହାରରେ ଆରମ୍ଭରୁ ହିଁ ନିର୍ବାଚନ ପ୍ରକ୍ରିୟାରେ ସ୍ବଚ୍ଛତା ନଥିଲା। ଏହା ସହ ମହାଗଠବନ୍ଧନ ପ୍ରତି ଆସ୍ଥା ରଖିଥିବା ଲୋକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ରାହୁଲ।

ବିହାର ଫଳାଫଳକୁ ସମୀକ୍ଷା କରାଯିବ ବୋଲି ସେ କହିଛନ୍ତି। ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଦେଶରେ ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ଲାଗି କଂଗ୍ରେସ ସଂଗ୍ରାମ ଜାରି ରଖିବ। ଫଳାଫଳର ସମୀକ୍ଷା ହେବା ଦରକାର ବୋଲି କହିଛନ୍ତି କଂଗ୍ରେସ ସାଂସଦ ଶଶୀ ଥରୁର।

 

Latest Posts

Don't Miss