କଂଗ୍ରେସ କର୍ମୀଙ୍କୁ ରାହୁଲଙ୍କ ନିବେଦନ, ଏଥର ହେବନି ସେଲିବ୍ରେସନ
1 min readନୂଆଦିଲ୍ଲୀ: ୫୨ ବର୍ଷରେ ପାଦ ଦେଲେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । କିନ୍ତୁ ଏଥର ଜନ୍ମଦିନ ପାଳିବେନି ରାହୁଲ । ଅଗ୍ନିପଥ ଯୋଜନାକୁ ବିରୋଧ କରି ଦେଶରେ ଅସନ୍ତୋଷ ନିଆଁ ଜଳୁଛି । ଯୁବପୀଢୀ ରାଜରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରୁଛନ୍ତି । ସେମାନଙ୍କୁ ସମର୍ଥନ କରିବା ପାଇଁ କଂଗ୍ରେସ କର୍ମୀମାନଙ୍କୁ ଅନୁରୋଧ କରିଛନ୍ତି ରାହୁଲ ।
कांग्रेस कार्यकर्ताओं और शुभचिंतकों के नाम श्री @RahulGandhi की अपील pic.twitter.com/a99UowmKC4
— Jairam Ramesh (@Jairam_Ramesh) June 18, 2022
ଆଜି ରାହୁଲ ଜନ୍ମଦିନ ପାଳିବେ ନାହିଁ ବୋଲି AICC ସାଧାରଣ ସମ୍ପାଦକ (ଯୋଗାଯୋଗ) ଜୟରାମ ରମେଶ ଟ୍ବିଟ କରି ଜଣାଇଛନ୍ତି । ଦେଶରେ ସ୍ଥିତି ଚିନ୍ତାଜନକ ରହିଛି । ଅଗ୍ନିପଥ ଯୋଜନାକୁ ନେଇ ଜଳୁଛି ଦେଶ । କୋଟିକୋଟି ଯୁବପୀଢୀ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ନେଇ ଦୁଃଖିତ ଅଛନ୍ତି । ଏହି ସମୟରେ ଯୁବବର୍ଗ ଓ ସେମାନଙ୍କ ପରିବାର ସହ କଂଗ୍ରେସ ଛିଡା ହେବା ଉଚିତ ବୋଲି କହିଛନ୍ତି ରାହୁଲ ।
ପ୍ରତ୍ୟେକ କଂର୍ଗେସ କର୍ମୀ ଓ ଶୁଭଚିନ୍ତକଙ୍କୁ ଜନ୍ମଦିନରେ କୌଣସି ପ୍ରକାର ସେଲିବ୍ରେସନ ନ କରିବାକୁ ନିବେଦନ କରିଛନ୍ତି ରାହୁଲ ।
8 सालों से लगातार भाजपा सरकार ने ‘जय जवान, जय किसान' के मूल्यों का अपमान किया है।
मैंने पहले भी कहा था कि प्रधानमंत्री जी को काले कृषि कानून वापस लेने पड़ेंगे।
ठीक उसी तरह उन्हें ‘माफ़ीवीर' बनकर देश के युवाओं की बात माननी पड़ेगी और 'अग्निपथ' को वापस लेना ही पड़ेगा।
— Rahul Gandhi (@RahulGandhi) June 18, 2022
କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ସେ ବିରୋଧ କରୁଛନ୍ତି । କୃଷି ଆଇନ ଭଳି କ୍ଷମାବୀର ସାଜି ଦେଶର ଯୁବପୀଢୀଙ୍କୁ କ୍ଷମା ମାଗି ମୋଦି ସରକାର ଅଗ୍ନିପଥ ଯୋଜନାକୁ ଫେରାଇ ନେବା ଉଚିତ । ୮ ବର୍ଷ ଧରି ଲଗାତାର ଭାଜପା ସରକାର ଜୟ ଜବାନ ଜୟ କିଷାନ ଅର୍ଥକୁ କଦର୍ଥ କରିଥିବା ଟ୍ବିଟ କରି କ୍ଷୋଭ ପ୍ରକାଶ କରିଛନ୍ତି ରାହୁଲ ।