ନିର୍ବାଚନ ଫଳାଫଳ ଦିନ ସେୟାର ମାର୍କେଟରେ ହୋଇଥିଲା ସବୁଠାରୁ ବଡ଼ ସ୍କାମ୍, ଏଭଳି ଦାବି କରି କ’ଣ କହିବାକୁ ଚାହୁଁଛନ୍ତି ରାହୁଲ ?

1 min read

ନୂଆଦିଲ୍ଲୀ: ସେୟାର ମାର୍କେଟ ଓ ଏକଜିଟ ପୋଲକୁ ନେଇ ରାହୁଲ ଗାନ୍ଧୀଙ୍କ ବଡ଼ ବୟାନ । ଜାଣିଶୁଣି ଷ୍ଟକ ମାର୍କେଟ ନିବେଶକଙ୍କୁ କ୍ଷତିରେ ଠେଲି ଦିଆଯାଇଥିବା ଅଭିଯୋଗ ଆଣିଲେ ରାହୁଲ । କହିଲେ- ଗୋଟିଏ ଦିନରେ ନିବେଶକ ହରାଇଲେ ୨୦ ଲକ୍ଷ କୋଟି ଟଙ୍କା । ଏହାର ଯୁଗ୍ମ ସଂସଦୀୟ କମିଟି ତଦନ୍ତ ଦାବି କରିଛନ୍ତି ରାହୁଲ ।

ସେ କହିଛନ୍ତି, ଜୁନ ୧ ପୂର୍ବରୁ ଦେଶବାସୀଙ୍କୁ କୁହାଯାଉଥିଲା ଏଥର ଷ୍ଟକ ମାର୍କେଟ ଆଖିଦୃଶିଆ ବୃଦ୍ଧି ପାଇବ । ଏହି ବୟାନକୁ ଦୃଷ୍ଟିରେ ରଖି ଷ୍ଟକ ମାର୍କେଟରେ ଉତ୍ସାହ ଦେଖାଯାଇଥିଲା । ଏପରିକି ଫେକ ଏକଜିଟ ପୋଲ ଜରିଆରେ ଏହି ଆଶାକୁ ବହୁଗୁଣ ବଢାଯାଇଥିଲା । ମାତ୍ର ଗଣତି ଦିନ ଯାହା ଫଳ ଆସିଲା ସେଥିରେ ଷ୍ଟକ ମାର୍କେଟରେ ଭୟଙ୍କର କ୍ଷତି ଘଟିଲା ଓ ନିବେଶକ ୨୦ ଲକ୍ଷ କୋଟି ଟଙ୍କା ହରାଇଲେ । ଏହା ଥିଲା ଖୁଚୁରା ନିବେଶକଙ୍କ ବଡ଼ କ୍ଷତି । ଏହା ବି ଥିଲା ଭାରତର ସବୁଠାରୁ ବଡ ଷ୍ଟକ ମାର୍କେଟ ସ୍କାମ । ଏହାର ଜେପିସି ତଦନ୍ତ ହେଲେ ପ୍ରକୃତ ସତ ପଦାକୁ ଆସିବ ।

ଏହାସହ ରାହୁଲ କହିଛନ୍ତି, ବିଜେପିର ଆଭ୍ଯନ୍ତରୀଣ ସର୍ଭେ କହୁଥିଲା ଦଳ ୨୨୦ ସିଟି ପାଇବ । ଗୁଇନ୍ଦା ସଂସ୍ଥା ବି ୨୦୦ରୁ ୨୨୦ ସିଟ ପାଇବ ବୋଲି ଆକଳନ କରିଥିଲେ ।