ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍ ହୋଇପାରନ୍ତି ରାହୁଲ ଦ୍ରାବିଡ଼

1 min read
Rahul Dravid set to take over as Team India coach after T20 World Cup

ମୁମ୍ବାଇ: ରାହୁଲ ଦ୍ରାବିଡ଼ ହୋଇପାରନ୍ତି ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍ । ଏନେଇ ସେ ସହମତି ପ୍ରକାଶ କରିଥିବା ଜଣାପଡ଼ିଛି । ଗତକାଲି ଆଇପିଏଲ୍ ଫାଇନାଲ ବେଳେ ୟୁଏଇରେ ତାଙ୍କ ସହ ଆଲୋଚନା କରିଥିଲେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହା । ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ନେବା ପୂର୍ବରୁ ଜାତୀୟ କ୍ରିକେଟ ଏକାଡେମୀ ମୁଖ୍ୟ ପଦରୁ ଇସ୍ତଫା ଦେବେ ଦ୍ରାବିଡ଼ । ବୋଲିଂ କୋଚ୍ ଭାବେ ପାରସ ମାହାମ୍ବ୍ରେଙ୍କୁ ଦାୟିତ୍ୱ ମିଳିପାରେ ।

Rahul Dravid set to take over as Team India coach after T20 World Cup

ଦଳର ବ୍ୟାଟିଂ କୋଚ୍ ଭାବେ ବିକ୍ରମ ରାଠୋଡ ଏବଂ ଫିଲ୍ଡିଂ କୋଚ୍ ପଦ ବଜାୟ ରଖିପାରନ୍ତି ଆର. ଶ୍ରୀଧର । ଆଗାମୀ ୨ ବର୍ଷ ପାଇଁ ଅର୍ଥାତ ୨୦୨୩ ଯାଏଁ ମୁଖ୍ୟ କୋଚ୍ ପଦରେ ରହିବା ପାଇଁ ରାହୁଲ ଦ୍ରାବିଡଙ୍କ ସହ ଚୁକ୍ତି କରାଯିବ । ଏଥିପାଇଁ ତାଙ୍କୁ ୧୦ କୋଟି ଟଙ୍କା ଦରମା ଆକାରରେ ମିଳିବ । ଟି-୨୦ ବିଶ୍ୱକପ ପରେ ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେବା ନେଇ ପୂର୍ବରୁ ଘୋଷଣା କରିଥିଲେ ରବି ଶାସ୍ତ୍ରୀ । ତେଣୁ ନ୍ୟୁଜିଲାଣ୍ଡ ସିରିଜ ବେଳକୁ ଦାୟିତ୍ୱ ଗ୍ରହଣ କରିପାରନ୍ତି ରାହୁଲ ଦ୍ରାବିଡ଼ ।

Leave a Reply