କ୍ରିକେଟିୟର ରାହୁଲ ଦ୍ରାଭିଡ ଓ ଅଟୋ ଚାଳକଙ୍କ ମଧ୍ୟରେ ରାସ୍ତା ଉପରେ ଯୁକ୍ତିତର୍କ, ଭାଇରାଲ ହେଲା ଭିଡ଼ିଓ

1 min read

ନନ୍ଦିଘୋଷ ବ୍ୟୁରୋ : ଭାରତୀୟ କ୍ରିକେଟ ଦଳର ପୂର୍ବତନ କୋଚ୍ ରାହୁଲ ଦ୍ରାବିଡଙ୍କ କାରକୁ ଧକ୍କା ଦେଲା ଅଟୋ। ଦୁର୍ଘଟଣା ପରେ ଅଟୋ ଚାଳକଙ୍କ ସହ ରାହୁଲଙ୍କ ଯୁକ୍ତିତର୍କ ହେଉଥିବା ଦେଖିବାକୁ ମିଳିଛି । ରାହୁଲ ଦ୍ରାବିଡଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଜଣେ ଅଟୋ ଚାଳକଙ୍କ ସହ ରାହୁଲଙ୍କ ଯୁକ୍ତିତର୍କ ହେଉଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ରାହୁଲ ଦ୍ରାବିଡଙ୍କ ମଙ୍ଗଳବାର ସନ୍ଧ୍ୟାରେ ବେଙ୍ଗାଲୁରୁର ରାସ୍ତାରେ ଅଟୋଟି ରାହୁଲଙ୍କ କାରକୁ ଧକ୍କା ଦେଇଥିଲା । ଏହାପରେ ରାହୁଲ ବହୁତ ରାଗିଯାଇଥିଲେ । ସେ ଅଟୋ ଚାଳକଙ୍କ ସହ କନ୍ନଡ ଭାଷାରେ ଯୁକ୍ତିତର୍କ କରୁଥିବା ଭିଡିଓରେ ଦେଖିବା ମିଳିଛି । ସେଠାରେ ଉପସ୍ଥିତ ଥିବା କେହି ଜଣେ ସେହି ସମୟର ଭିଡିଓ ଉତ୍ତୋଳନ କରିଥିଲେ । କୁହାଯାଉଛି ଯେ, ଦୁର୍ଘଟଣା ପରେ ଦ୍ରାବିଡ ଅଟୋ ଡ୍ରାଇଭରଙ୍କ ଯୋଗାଯୋଗ ନମ୍ବର ଲେଖି ରଖିଥିଲେ ଏବଂ ତା’ପରେ ସେଠାରୁ ଚାଲିଯାଇଥିଲେ। ଏସମ୍ପର୍କରେ ଅଧିକ ବିବରଣୀ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ। ଏନେଇ ଥାନାରେ ମଧ୍ୟ କୌଣସି ମାମଲା ରୁଜୁ ହୋଇନଥିବା ସୂଚନା ମିଳିଛି ।