ବାଲେଶ୍ବରରେ ଚାଲିଛି ରାହାଗିରି: ରାସ୍ତାରେ ଜମିଛି ମନୋରଞ୍ଜନର ଉତ୍ସବ

1 min read

ବାଲେଶ୍ବର: ବାଲେଶ୍ବରରେ ଚାଲିଛି ରାହାଗିରି । ରବିବାରର ମଜା ଉଠାଉଛନ୍ତି ଲୋକେ । ପୋଲିସ ଲାଇନରୁ ଆଇଟିଆଇ ଛକ ପର୍ଯ୍ୟନ୍ତ ରାସ୍ତାରେ ଚାଲିଛି ମନୋରଞ୍ଜନର ଉତ୍ସବ । ନାଚ, ଗୀତରେ କମ୍ପୁଛି ବାଲେଶ୍ବର ସହର । କିଏ ରଙ୍ଗୋଲି କରୁଛି, ତ ପୁଣି କିଏ ଥ୍ରୀ-ଡି ଆର୍ଟ କରି ଦର୍ଶକଙ୍କୁ ବିମୋହିତ କରିଦେଇଛି । ଆଉ ପେଣ୍ଡାଲରେ ସେଲିବ୍ରେଟିଙ୍କ ଆକର୍ଷଣୀୟ ମନୋରଞ୍ଜନ କାର୍ଯ୍ୟକ୍ରମ ବାଲେଶ୍ବରବାସୀଙ୍କୁ ଦେଉଛନ୍ତି ନିଆରା ଅନୁଭୂତି ।

ରବିବାର ସକାଳୁ ସକାଳୁ ବାଲେଶ୍ବର ସହରରେ ଜମିଛି ରାହାଗିରି ମଜା । ବହୁ ସଂଖ୍ୟାରେ ଲୋକେ ଏକତ୍ରିତ ହୋଇ ରାହାଗିରିକୁ କରୁଛନ୍ତି ମନୋରଞ୍ଜନ । ପିଲାଠୁ ବୟସ୍କ ସମସ୍ତଙ୍କ ମନ ଜିଣୁଛି ରାହାଗିରି । ରାସ୍ତାରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଚିତ୍ରାଙ୍କନ ଲୋକଙ୍କୁ କରୁଛି ଆକୃଷ୍ଟ । ଏହାସହ ଖେଳକୁଦର ବି ଜମିଛି ଆସର ।

ଦୈନିକ ଖବର କାଗଜ ‘ସକାଳ’ ପକ୍ଷରୁ ରାହାଗିରିରେ ଖୋଲିଛି ଷ୍ଟଲ । ଲୋକଙ୍କୁ ମାଗଣାରେ ଦିଆଯାଉଛି ଖବରକାଗଜ । ରାହାଗିରିରେ ମନୋରଞ୍ଜନର ମଜା ନେବା ସହ ଲୋକେ ଜାଣିବାକୁ ପାଉଛନ୍ତି ଦେଶ ବିଦେଶର ଅପଡେଟ୍ । ସକାଳ ପକ୍ଷରୁ ଏପରି ପ୍ରୟାସକୁ ଲୋକେ କରିଛନ୍ତି ପ୍ରସଂଶା ।