କଲେଜ ନୁହେଁ ସ୍କୁଲରେ ରାଗିଂ, କୈଫିୟତ ମାଗିଲା ଗଣଶିକ୍ଷା ବିଭାଗ

ଭୁବନେଶ୍ୱର: ସୈନିକ ସ୍କୁଲରେ ରାଗିଂ । ସିନିୟର ଛାତ୍ରଙ୍କ ଦ୍ୱାରା ରାଗିଂର ଶିକାର ହେଉଛନ୍ତି ଜୁନିୟର ଛାତ୍ର । ଜୁନିୟର ଛାତ୍ରଙ୍କୁ ଦିଆଯାଉଛି ମାନସିକ, ଶାରୀରିକ ନିର୍ଯାତନା । ରାଗିଂ ନେଇ ସ୍କୁଲ ଅଧ୍ୟକ୍ଷଙ୍କୁ ରାଜ୍ୟ ସରକାରଙ୍କ ଚିଠି । ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଲେଖିଲେ ଚିଠି । ସ୍କୁଲ କର୍ତ୍ତୃପକ୍ଷଙ୍କ ଠାରୁ କୈଫିୟତ ତଲବ କଲେ ବିଷ୍ଣୁପଦ  ।

ରାଗିଂ ଦ୍ୱାରା ଛାତ୍ରଛାତ୍ରୀ ମାନସିକ ଦୁଶ୍ଚିନ୍ତାରେ ରହୁଛନ୍ତି । ୨୦୦୯ ଆଣ୍ଟି ରାଗିଂ ଆଇନକୁ ଏହା ସଂପୂର୍ଣ୍ଣ ଉଲ୍ଲଂଘନ କରୁଛି । ସୁପ୍ରିମକୋର୍ଟଙ୍କ ଅନୁଯାୟୀ ରାଗିଂ ଅପରାଧିକ କାର୍ଯ୍ୟକଳାପ । ଏହାକୁ ରୋକିବାକୁ ନିଆଯାଇଥିବା ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।