ସାଂସଦ ରାଘବ ଚଢାଙ୍କ ଉପରୁ ହଟିଲା ସସ୍‌ପେନସନ

1 min read

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି ସାଂସଦ ରାଘବ ଚଢାଙ୍କ ଉପରୁ ହଟିଲା ସସ୍‌ପେନସନ । ବିଜେପି ସାଂସଦ ଜିଭିଏଲ ନରସିହ୍ମା ରାଓଙ୍କ ଦ୍ବାରା ଆଗତ ଏକ ପ୍ରସ୍ତାବ କ୍ରମେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ଏହି ନିଲମ୍ବନ ଆଦେଶ ହଟାଇଛନ୍ତି । ସସପେନସନ ଆଦେଶ ପ୍ରତ୍ୟାହାର ସମ୍ପର୍କିତ ଏକ ପ୍ରସ୍ତାବ କ୍ରମେ ବିଜେପି ସାଂସଦ ନରସିହ୍ମା କହିଥିଲେ- ଆପ୍ ସାଂସଦ ରାଘବ ଚଢାଙ୍କ ଉପରେ ସସ୍‌ପେନସନ ଆଦେଶ ତାଙ୍କ ପ୍ରତି ଯଥେଷ୍ଟ ହୋଇଛି ।

ତେଣୁ ସସପେଣ୍ଡ ଆଦେଶ ପ୍ରତ୍ୟାହାର ନେଇ ଗୃହ ବିଚାର କରୁ । ସସପେଣ୍ଡ ଆଦେଶ ପ୍ରତ୍ୟାହାର ହେବା ପରେ ସୁପ୍ରିମକୋର୍ଟ ଓ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଘବ । ସସ୍‌ପେନସନ ୧୧୫ ଦିନ ମଧ୍ୟରେ ସେ ବହୁ ଲୋକଙ୍କଠାରୁ ସ୍ନେହ ଓ ଆଶୀର୍ବାଦ ଲାଭ କରିଛନ୍ତି ଏବଂ ତାଙ୍କ ସଂଗ୍ରାମ ଲାଗି ଅନେକ ଆଡୁ ସାହସ ମିଳିଛି ବୋଲି ସେ କହିଛନ୍ତି ।

ଗତ ଅଗଷ୍ଟ ୧୧ ତାରିଖରେ ନ୍ୟାସନାଲ କ୍ୟାପିଟାଲ ଟେରିଟୋରୀ ଅଫ ଦିଲ୍ଲୀ ସଂଶୋଧନ ବିଲ୍ ପ୍ରସଙ୍ଗ ନେଇ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିବାରୁ ତାଙ୍କୁ ଗୃହରୁ ଅନିର୍ଦ୍ଦିଷ୍ଟ କାଳ ଯାଏ ସସପେଣ୍ଡ କରାଯାଇଥିଲା । ଏହି ନିଷ୍ପତ୍ତି ବିରୋଧରେ ସେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । କୌଣସି ସାଂସଦଙ୍କୁ ଅନିର୍ଦ୍ଦିଷ୍ଟ କାଳ ଯାଏ ସସପେଣ୍ଡ କରିବା ଜନଅଧିକାର ଉପରେ ଏକ ପ୍ରତିକୂଳ ପଦକ୍ଷେପ ବୋଲି ସୁପ୍ରିମକୋର୍ଟ ଦର୍ଶାଇଥିଲେ ।