ରାଫେଲ ପାଇଁ ୬୫ କୋଟି ଟଙ୍କାର ଡିଲ, ହୁଲୁସ୍ତୁଲ କରୁଛି ମିଡିଆ ରିପୋର୍ଟ

ନୂଆଦିଲ୍ଲୀ: ପୁଣି ରାଫେଲ ବିବାଦ । ଫ୍ରାନ୍ସର ମଡିଆ ପାର୍ଟ ପକ୍ଷରୁ ପ୍ରକାଶ ପାଇଛି ଗୁରୁତ୍ବପୂ୍ଣ୍ଣ ତଥ୍ୟ । ରାଫେଲ ଚୁକ୍ତି ଲାଗି ୭.୫ ନିୟୁତ ୟୁରୋ ବା ୬୫ କୋଟି ଟଙ୍କା ଜଣେ ମଧ୍ୟସ୍ଥିଙ୍କୁ ପ୍ରଦାନ କରାଯାଇଥିଲା । ଏ ସମ୍ପର୍କରେ ବିଭିନ୍ନ ମହଲରୁ ଚାପ ପଡିଥିଲେ ବି ତଦନ୍ତକାରୀ ସଂସ୍ଥା ଏହି ଅଭିଯୋଗର ତଦନ୍ତ କରି ନଥିଲା ବୋଲି ମିଡିଆପାର୍ଟ ଦର୍ଶାଇଛି । ୫୯ ହଜାର କୋଟି ଟଙ୍କାର ଏହି ବହୁଚର୍ଚ୍ଚିତ ଡିଲକୁ ନେଇ ମିଡିଆପାର୍ଟର ଏହି ରିପୋର୍ଟ ପୁଣି ଥରେ ଚର୍ଚ୍ଚା ସୃଷ୍ଟି କରିଛି । ରିପୋର୍ଟ ଅନୁସାରେ ରାଫେଲ ଡିଲରେ ମିଡିଲମ୍ୟାନ ଥିଲେ ସୁଶେନ ଗୁପ୍ତା ।

ତାଙ୍କୁ ଡାସଲ୍ଟ କମ୍ପାନୀ ରାଫେଲ ଚୁକ୍ତି ଲାଗି ବ୍ୟବସ୍ଥା କରାଯାଇଥିଲା ଏବଂ ଜାଲ୍ ଇନଭଏସ ତିଆରି ହୋଇଥିଲା । ଏ ସଂକ୍ରାନ୍ତରେ ସବିଶେଷ ରିପୋର୍ଟ ପ୍ରକାଶ ପାଇବା ସତ୍ତ୍ବେ ଭାରତୀୟ କର୍ତ୍ତୃପକ୍ଷ ତଦନ୍ତ ଆରମ୍ଭ କରି ନଥିଲେ । ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗତ ଅକ୍ଟୋବର ୨୦୧୮ରୁ ଅନେକ ପ୍ରମାଣ ପାଇଥିଲା । ମାତ୍ର ଏକ୍ଷେତ୍ରରେ କୌଣସି ଅଗ୍ରଗତି ଘଟି ନଥିଲା । ଏହି ଅର୍ଥ ୨୦୧୩ ପୂର୍ବରୁ ସୁଶେନଙ୍କୁ ପ୍ରଦାନ କରାଯାଇଥିଲା ବୋଲି ରିପୋର୍ଟରେ କୁହାଯାଇଛି ।

Leave a Reply