ଲଦାଖରେ ରାଫେଲ ଏବଂ ମିରାଜର ଗର୍ଜନ, ଚୀନ ସୀମାରେ ବାଜୁଛି ଚେତାବନୀର ସାଇରନ୍

1 min read

ଲେହ: ଲଦାଖରେ ରାଫେଲ ଫାଇଟର ଜେଟର ଗର୍ଜନରେ ଚୀନ ଭୟଭୀତ ହୋଇ ଯାଇଛି । ଏବେ ତିବ୍ଦତର ରାଜଧାନୀ ଲାସାରେ ଭାରତୀୟ ବାୟୁସେନା ଆକ୍ରମଣରୁ ରକ୍ଷା ପାଇବା ପାଇଁ ପ୍ରସ୍ତୁତିରେ ଲାଗିପଡ଼ିଛି । ଚୀନ ଶନିବାର ଦିନ ଲାସାରେ ଭାରତୀୟ ବାୟୁ ଆକ୍ରମଣରୁ ବଞ୍ଚିବା ପାଇଁ ମକ୍ ଡ୍ରିଲ କରିଛି । ମକ୍ ଡ୍ରିଲ ସମୟରେ ନକଲି ବିସ୍ଫୋରକର ଶବ୍ଦ ଶୁଣାଯାଇଥିଲା । ମକ୍ ଡିଲ୍ ଆରମ୍ଭ ହେବା ପରେ ଚାରିଆଡ଼େ ସାଇରନ ବାଜିଥିଲା ।   ମକ ଡ୍ରିଲ ସମୟରେ ଲାସାରେ ଲୋକ ଘରେ ଲୁଚି ରହିଥିଲେ ।

ରିପୋର୍ଟ ଅନୁସାରେ ଶନିବାର ଦିନ ବାୟୁ ଆକ୍ରମଣ ନେଇ  ସାଇରନ  ବାଜିଥିଲା ।  ରେଡ଼ିଓ ଫ୍ରି ଏସିଆକୁ ଏହାର ଭିଡ଼ିଓ ମିଳିଛି । କୁହାଯାଉଛି କି ଭାରତର ରାଫେଲ ଫାଇଟର ଜେଟ୍ ଲଦାଖରେ ଆକାଶରେ ଗର୍ଜିବା ପରେ ଚୀନ ଯୁଦ୍ଧ ପ୍ରସ୍ତୁତିକୁ ବଢାଇବାରେ ଲାଗିଛି ।

ଏହା ପୂର୍ବରୁ ଭାରତ ଏବଂ ଚୀନରେ ଜାରି ଗମ୍ଭୀର ସମସ୍ୟା ମଧ୍ୟରେ ଚୀନ ସେନା ଲଦାଖ ନିକଟରେ ନିଜ ଅଞ୍ଚଳରେ ରାତିରେ ଆକ୍ରମଣ କରିବା ପାଇଁ ଯୁଦ୍ଧଅଭ୍ୟାସ କରିଥିଲେ । ଏହି ଅଭ୍ୟାସ ସମୟରେ ଚୀନ ତୋପ ଯେଉଁଠାରେ ଗୁଳି ବର୍ଷଣ କଲେ ସେଠାରେ ମିସାଇଲ ମଧ୍ୟ ପରୀକ୍ଷଣ କରାଯାଇଥିଲା । ଚୀନ ସେନାର ଏୟାର ଡିଫେନ୍ସ ସିଷ୍ଟମ ଶତ୍ରୁଙ୍କ ଉଡ଼ା ଜାହଜକୁ ମାରି ଧୂଳିସାତ୍ କରିବାର ଅଭ୍ୟାସ କରିଥିଲା ।

 

ଚୀନ ଗଣମାଧ୍ୟମ ଦ୍ୱାରା ସାମ୍ନାକୁ ଆସିଥିବା ଏକ ଭିଡ଼ିଓରେ ତିବ୍ଦତ ସୈନ୍ୟ କମାଣ୍ଡର ଚୀନ ସୈନିକ ରାତିରେ ଆକ୍ରମଣକୁ ନେଇ ବେଶ୍ ପ୍ରସ୍ତୁତି କରିଥିଲା । ଏହି ଅଭ୍ୟାସ ସମୂଦ୍ର ପତନଠାରୁ ୪୫୦୦ ମିଟର ଉଚ୍ଚତାରେ କରାଯାଇଥିଲା । ଏହି ସମୟରେ ସେମାନେ ମିସାଇଲ, ରାକେଟ୍,ହୋବିଟଜର ତୋପୋ ବ୍ୟବହାର କରିଥିଲେ । ତେବେ ଚୀନ ଏୟାର ଡିଫେନ୍ସ ସିଷ୍ଟମ ଫାଇଟର ଜେଟକୁ ମାରି ତଳେ ପକାଇବାର ଅଭ୍ୟାସ କରିଥିଲା ।

ଚୀନ ଏହି ଯୁଦ୍ଧ ଅଭ୍ୟାସ ସେହି ସମୟରେ କରିଛି ଯେତେବେଳେ ଭାରତର ସବୁଠାରୁ ଆଧୁନିକ ଫାଇଟର ଜେଟ୍ ରାଫେଲ ଲଦାଖରେ ଆକାଶରେ ଉଡ଼ୁଛି । ସୂଚନାନୂଯାୟୀ ଅଭ୍ୟାସ ପାଇଁ ରାଫେଲ ପାଏଲଟ ଅମ୍ବାଲାଠାରୁ ଲଦାଖ ପର୍ଯ୍ୟନ୍ତ ବିମାନକୁ ଉଡ଼ାଇଥିଲେ । ଏଭଳି କରିବାର କାରଣ ହେଉଛି ରାଫେଲ ପାଏଲଟ ସେଠାର ବାତାବରଣ ସହିତ ନିଜକୁ ଖାପଖୁଆଇ ପାରିବେ ।

ଖବର ଅନୁସାରେ ରବିବାରକୁ ସୀମାରେ କିଛି ମିରାଜ ବିମାନ ଉଡ଼ୁଥିବାର ନଜର ଆସିଛି । ବାୟୁସେନା ଗତ ୧୦ ସେପ୍ଟେମ୍ବରକୁ ଅମ୍ବାଲା ଏୟାରଫୋର୍ସ ଷ୍ଟେସନରେ  ଆୟୋଜିତ ଏକ ସମାରୋହରେ ରାଫେଲ ବିମାନକୁ ବାୟୁସେନାରେ ସାମିଲ କରାଯାଇଥିଲା । ଗତ ଜୁଲାଇରେ ଫ୍ରାନ୍ସ ଠାରୁ ୫ଟି ରାଫେଲ ବିମାନ ଅମ୍ବାଲାରେ ପହଞ୍ଚିଥିଲେ । ଖବର ଅନୁସାରେ ମିଡିଏୟର ରିଫ୍ୟୁଲିଙ୍ଗ୍ ବିନା ୪.୫ ଜେନେରେସନର ରାଫେଲର ସୀମା ୭୮୦ରୁ ୧୬୫୦ କିଲୋମିଟର ପର୍ଯ୍ୟନ୍ତ ହୋଇଥାଏ । ଏହା ଭିନ୍ନ ଭିନ୍ନ ଅପରେସନ ଉପରେ ନିର୍ଭର କରେ । ଏହା ବ୍ୟତୀତ ଯୁଦ୍ଧ ବିମାନରେ ୩୦୦ କିଲୋମିଟରରୁ ଅଧିକ ଦୂରତା ପର୍ଯ୍ୟନ୍ତ ସ୍କାଲପ ଏୟର ଟୁ ଗ୍ରାଉଣ୍ଡ କ୍ରୁଜ ମିସାଇଲ ଭଳି ଅସ୍ତ୍ରରେ ସଜ୍ଜିତ କରାଯାଇଛି ।

Leave a Reply