ରାଧିକା ଯାଦବ ହତ୍ୟାକାଣ୍ଡର ନୂଆ ଖୁଲାସା, ୧୫ ଦିନ ଶୋଇନଥିଲେ ରାଧିକାଙ୍କ ବାପା ଦୀପକ

ନନ୍ଦିଘୋଷ ବ୍ୟୁରୋ ; ଦିନକୁ ଦିନ ରାଧିକା ଯାଦବ ହତ୍ୟାକାଣ୍ଡକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଟେସିନ ଖେଳାଳି ରାଧିକା ଯାଦବଙ୍କ ହତ୍ୟା ମାମଲାର ଅଭିଯୁକ୍ତ ବାପା ଦୀପକ ପଚରାଉଚରା କରୁଥିବା ସମୟରେ କିଛି ନୂଆ କଥା ଜଣାପଡିଛି । ସୂତ୍ର ଅନୁସାରେ ଦୀପକ ହତ୍ୟାକାଣ୍ଡର ୧୫ ଦିନ ଅସ୍ଥିର ହୋଇପଡିଥିଲେ । ରାତିରେ ମଧ୍ୟ ସେ ଶୋଇନଥିଲେ । କାହା ସହିତ ଘରେ ମଧ୍ୟ କଥା ବି ହେଉନଥିଲେ । ସେତେବେଳେ ରାଧିକା ବାପାଙ୍କ କାଉସିଲିଙ୍ଗ ମଧ୍ୟ କରିଥିଲେ । ବାପାଙ୍କ ଚାପରେ ସୋସିଆଲ ମିଡିଆ ଆକାଉଣ୍ଟକୁ ମଧ୍ୟ ଡିଲିଟ କରିଦେଇଥିଲେ ।

ଦୀପକ ରାଧିକାଙ୍କୁ ବାରମ୍ବାର ଏକାଡେମୀ ବନ୍ଦ କରିବାକୁ କହୁଥିଲେ । ଲୋକଙ୍କ କଥାରେ ଚାପରେ ଥିବା ବାପା ଦୀପକଙ୍କୁ ରାଧିକା ଭରଷା କରିବାକୁ କହିଥିଲେ । କିନ୍ତୁ ଲୋକଙ୍କ କଥାକୁ ନେଇ ଦୀପକ ଚିନ୍ତିତ ଥିଲେ । ଲେକମାନେ ତାଙ୍କ ଝିଅ ରୋଜଗାରରେ ଚଳୁଥିବା କଥା କହୁଥିଲେ । ଯେତେବେଳେ ଦୀପକ ରାଧିକାଙ୍କୁ ଏକାଡେମୀ ବନ୍ଦ କରିବାକୁ କହିଥିଲେ । ସେତେବଳେ ସେ ତାଙ୍କ ଟଙ୍କାକୁ ନଷ୍ଟ କରିବାକୁ ଦେବେ ନାହିଁ ବୋଲି ଆଶ୍ବସନା ଦେଇଥିଲେ ।

କିଛି ଦିନରୁ ହତ୍ୟା କରିବା ଯୋଜନା କରିଥିଲେ ପିତା ଦୀପକ । ଯୋଜନା ମୁତାବକ ଗୁରୁବାର ଦିନ ରାଧିକାଙ୍କୁ ହତ୍ୟା କରିଥିଲେ । ପୋଲିସ ମଧ୍ୟ କାର୍ଟ୍ରିଜ୍ ଜବତ କରିଛି । ଏମିତି କିଛି ନଥିଲା କି ପିତା ସହିତ ରାଧିକାଙ୍କ ହଠାତ ଝଗଡା ହୋଇଥିଲା । ହତ୍ୟାଦି ରାଧିକାଙ୍କ ମାଆଙ୍କ ଜନ୍ମଦିନ ଥିଲା । ସେ ମାଆଙ୍କ ଜନ୍ମଦିନରେ କିଛି ସ୍ବତନ୍ତ୍ର ଖାଦ୍ୟ ପ୍ରସ୍ତୁତ କରୁଥିଲେ ।

ପୋଲିସ ପଚରାଉଚରା କରିବା ସମୟରେ ଜଣାପଡିଛି କି, ବାପା ଦୀପକଙ୍କ ଝଇଅ ରାଧିକା ସହ ୧୫ ଦିନ ଧରି ଝଗଡା ଲାଗିରହିଥିଲା । ଷଡଯନ୍ତ୍ର କରି ରାଧିକାଙ୍କ ଭାଇଙ୍କୁ ଘରୁ ବାହାରକୁ ପଠାଯାଇଥିଲା ।  ଯଦି ଭାଇ ଗଣେ ଥାନ୍ତେ ହତ୍ୟା କରାଯିବା ସମ୍ଭବ ହୋଇନଥାନ୍ତା ।