ନୋଏଡାର ଗ୍ୟାଙ୍ଗଷ୍ଟାର ରବି କାନା ଥାଇଲ୍ୟାଣ୍ଡରୁ ଗିରଫ

ନୋଏଡା: ଉତ୍ତର ପ୍ରଦେଶ ପୋଲିସକୁ ବଡ ସଫଳତା  । ସ୍କ୍ରାପ ମାଫିଆ ରବି କାନାକୁ ଥାଇଲାଣ୍ଡର ବ୍ୟାଙ୍କକରୁ ଗିରଫ କଲା ପୋଲିସ  । ଦୀର୍ଘଦିନରୁ ଫେରାର ଥିବା ରବି ଥାଇଲ୍ୟାଣ୍ଡରେ ଲୁଚିଥିଲା  । ଖୁବଶୀଘ୍ର ନୋଏଡା ପୋଲିସ ତାକୁ ଭାରତ ନେଇ ଫେରିବ  ।

 

ଗ୍ୟାଙ୍ଗଷ୍ଟାର ରବି କାନା ବିରୁଦ୍ଧରେ ନୋଏଡା ପୋଲିସର ଅଭିଯାନ ଜାରି ରହିଛି  । ଗତ କିଛି ଦିନ ପୂର୍ବରୁ ପୋଲିସ ତା ସ୍ତ୍ରୀକୁ ଗିରଫ କରିଥିଲା  । ପତ୍ନୀଙ୍କୁ ଗିରଫ କରିବା ପରେ ପୋଲିସ ତାକୁ ଗିରଫ କରିଛି  । ବିଭିନ୍ନ ସ୍ଥାନରେ ଚଢାଉ କରି ଗତ ଦୁଇମାସ ଧରି ପୋଲିସ ତା ସହଯୋଗୀଙ୍କୁ ଗିରଫ କରିଛି  ।

 

ସ୍କ୍ରାପ ବ୍ୟବସାୟ କରୁଥିବା ରବି ଅପରାଧ ଜଗତରେ ବେଶ୍‌ ସକ୍ରିୟ ଥିଲା  । ଗଣଦୁଷ୍କର୍ମ ମାମଲାରେ ବି ରବିର ନାଁ ସାମିଲ ଥିଲା  । ଗତ ଜାନୁଆରୀରେ ରବି ସମେତ ୧୫ ଜଣ ଗ୍ୟାଙ୍ଗଷ୍ଟାର ଆକ୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିଲେ  । ଗତବର୍ଷ ଡିସେମ୍ବରରେ ଦୁଷ୍କର୍ମ ମାଲାରେ ଅଭିଯୁକ୍ତ ଥିଲା ରବି  । ଗାର୍ଡେନ ଗ୍ୟାଲେରିଆ ମଲ୍‌ର ପାର୍କିଂରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ରବିଙ୍କ ନାଁରେ ଅଭିଯୋଗ ହୋଇଥିଲା  ।