କୋଲକାତା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ଅଭିଯୁକ୍ତକୁ ଫାଶୀ ପାଇଁ ରାଜ୍ୟ ସରକାରଙ୍କ ଦାବି ପରେ ସିବିଆଇର ପ୍ରତିକ୍ରିୟା
ନନ୍ଦିଘୋଷ ବ୍ୟୁରୋ: କୋଲାକାତା ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାର ଦୋଷୀ ସଂଜୟ ରାୟକୁ ଫାଶୀ ବଦଳରେ ମୃତ୍ୟୁ ପର୍ଯ୍ୟନ୍ତ ଜେଲ ଦଣ୍ଡକୁ ନେଇ ଅସନ୍ତୋଷ ଜାରି ରହିଛି। ତାକୁ ଫାଶୀ ଦିଆଯାଉ ବୋଲି ଦାବି ହେଉଛି। ଗତକାଲି ଏ ନେଇ ହାଇକୋର୍ଟକୁ ଯାଇଥିଲେ ମମତା ବାନାର୍ଜୀ ସରକାର। ସଂଜୟ ରାୟକୁ ଫାଶୀ ଦିଆଯାଉ ବୋଲି ଦାବି କରିଥିଲେ ପଶ୍ଚିମବଙ୍ଗ ସରକାର। ଆଜି ହାଇକୋର୍ଟରେ ସିବିଆଇ ତରଫରୁ କୁହାଯାଇଛି, ପଶ୍ଚିମବଙ୍ଗ ସରକାର ଏପରି ଦାବି ଆଇନଗତ ଭାବେ ଠିକ ନୁହେଁ। ପଶ୍ଚିମବଙ୍ଗ ସରକାର ନିଜ ତରଫରୁ ଏପରି ଦାବି କରିପାରିବେ ନାହିଁ। କେବଳ କେନ୍ଦ୍ର ସରକାର କିମ୍ବା ତଦନ୍ତକାରୀ ସଂସ୍ଥା ସିବିଆଇ ହିଁ ଏପରି ଦାବି କରିପାରିବେ। ଫାଶୀ ଦାବି କରିବାର ଅଧିକାର ପଶ୍ଚିମବଙ୍ଗ ସରକାରଙ୍କର ନାହିଁ। ଏପରି ଦାବି କେବଳ ତଦନ୍ତକାରୀ ସଂସ୍ଥା ସିବିଆଇ କିମ୍ଵା କେନ୍ଦ୍ର ସରକାର କରିପାରିବେ ବୋଲି ସିବିଆଇ ପକ୍ଷରୁ କୁହାଯାଇଛି। ଆସନ୍ତା ସୋମବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ।