spot_img

Latest Posts

ପାକିସ୍ତାନ ବୋଲର ସାହିନ୍ ଆଫ୍ରିଦିଙ୍କୁ ପଛରେ ପକାଇ ଅଶ୍ୱିନୀ ହେଲେ ନମ୍ୱର ୧

କାନପୁର: ଭରତୀୟ ଦଳର ଅଫ ସ୍ପିନର ରବିଚନ୍ଦନ ଅଶ୍ୱିନୀଙ୍କ ଆଉ ଏକ କୀର୍ତ୍ତମାନ । ଚଳିତ ବର୍ଷ ୩୯ ଟେଷ୍ଟ ଓ୍ୱିକେଟ ହାସଲ ସହ ସର୍ବାଧିକ ଓ୍ୱିକେଟ ହାସଲକାରୀଙ୍କ ତାଲିକାର ଶୀର୍ଷରେ ପହଞ୍ଚିଛନ୍ତି ଅଶ୍ୱିନୀ । ପାକିସ୍ତାନ ବୋଲର ସାହିନ୍ ଆଫ୍ରିଦିଙ୍କୁ ପଛରେ ପକାଇ ସେ ଏହି ସଫଳତା ହାସଲ କରିଛନ୍ତି । କାନପୁରେ ଖେଳାଯାଉଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଓ୍ୱିଲ୍‌ ୟଙ୍ଗଙ୍କ ଓ୍ୱିକେଟ ଅକ୍ତିଆର ସହ ସେ ଏହି କୀର୍ତ୍ତମାନ ସ୍ଥାପନ କରିଛନ୍ତି । ୟଙ୍ଗଙ୍କୁ ସେ ୮୯ରନ୍‌ର ବ୍ୟକ୍ତିଗତ ସ୍କୋରରେ ଆଉଟ କରିଛନ୍ତି ।

ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ ସହ ଚଳିତ ବର୍ଷର ଆରମ୍ଭ କରିଥିଲେ ଅଶ୍ୱିନୀ । ଅଣ୍ଟା ବ୍ୟାଥା ଯୋଗୁଁ ସେ ସିଜିନର ଶେଷ ମ୍ୟାଚରୁ ଓହରିବାକୁ ବାଧ୍ୟ ହୋଇଥିଲେ । ଏହା ପରେ ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜରେ ସେ ବ୍ୟାକ୍ କରିବା ସହ ଚମତ୍କାର ବୋଲିଂ ପ୍ରଦର୍ଶନ ପାଇଁ ମ୍ୟାନ୍ ଅଫ୍ ଦି ସିରିଜ୍ ବିବେଚିତ ହୋଇଥିଲେ । ୪ଟି ମ୍ୟାଚ୍‌ରେ ସେ ୩୨ଟି ଓ୍ୱିକେଟ ହାସଲ କରିଥିଲେ । ସେ ଉଭୟ ବୋଲ ଓ ବ୍ୟାଟ ମାଧ୍ୟମରେ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି । ହୋମ୍ ଗ୍ରାଉଣ୍ଡ ଚେନ୍ନାଇରେ ସେ ହାସଲ କରିଥିବା ଶତକ ବଳରେ କୋହିଲୀ ବାହିନୀ ସିରିଜକୁ ଅମୀମାଂସିତ ରଖିବାରେ ସଫଳ ହୋଇଥିଲେ ।

ଏଥିସହିତ ପଢ଼ନ୍ତୁ: ଯୋଡହସ୍ତରେ ଦ.ଆଫ୍ରିକୀୟ ଖେଳାଳୀଙ୍କ ଭାରତକୁ ନିବେଦନ, ‘ଆମ ଦେଶକୁ ଖେଳିବାକୁ ଆସ’

ତେବେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପରେ ଅଶ୍ୱିନ ଯଦି ଦକ୍ଷିଣ ଆଫ୍ରିକ ବିରୋଧରେ ଟେଷ୍ଟ ସିରିଜ ଖେଳନ୍ତି, ତେବେ ସେ ୨୦୨୧ ବର୍ଷରେ ସର୍ବାଧିକ ଓ୍ୱିକେଟ ହାସଲକାରୀଭାବେ ବର୍ଷ ଶେଷ କରିବାର ସୁଯୋଗ ପାଇବେ । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ଟିମ୍ ଇଣ୍ଡିଆ କୌଣସି ଓ୍ୱିକେଟ ହାସଲ କରିନାରିନଥିଲେ ବି ତୃତୀୟ ଦିନରେ ଅଶ୍ୱିନୀ ଓ୍ୱିଲ୍ ୟଙ୍ଗକୁ ଆଉଟ କରିବା ସହ ଭାରତୀୟ ଦଳ ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲା । ତେବେ ଲାଥମ୍‌ଙ୍କ ବିପକ୍ଷ ଏଲବିଡବ୍ଳ୍ୟୁ ଅପିଲକୁ ଅମ୍ପାୟର ନାକଚ କରିଥିବା ବେଳେ ଭାରତୀୟ ଦଳ ମଧ୍ୟ ରିଭ୍ୟୁ ନେଇନଥିଲା  । ଫଳରେ ଏକ ଆର. ଅଶ୍ୱିନୀ ଆଉ ଏକ ଓ୍ୱିକେଟ ପାଇବାରୁ ବଞ୍ଚିତ ହୋଇଥିଲେ । ତେବେ ସମସ୍ତ ଓ୍ୱିକେଟ ହରାଇ ନ୍ୟୁଜିଲ୍ୟାଣ୍ଡ ଦଳ ୨୯୬ ରନ୍ କରିବାରେ ସମର୍ଥ ହୋଇଥିବା ବେଳେ ଭାରତୀୟ ଦଳ ୪୯ରନ୍‌ରେ ଆଗୁଆ ରହିଛି ।

ଏଥିସହିତ ପଢ଼ନ୍ତୁ: ବର୍ଷର ଶେଷ ସୂର୍ଯ୍ୟ ପରାଗ, ଏହି ୪ ରାଶି ଉପରେ ପଡିବ ବଡ଼ ପ୍ରଭାବ

Latest Posts

Don't Miss