ସ୍ୱିଡେନରେ ପବିତ୍ର ଗ୍ରନ୍ଥ କୁରାନ ପୋଡିକୁ ନେଇ ମୁସଲିମ୍ ଦେଶଗୁଡ଼ିକରେ ପ୍ରତିବାଦ

1 min read

ନନ୍ଦିଘୋଷ ବ୍ୟୁରୋ: ୟୁରୋପୀୟ ଦେଶ ସ୍ବିଡେନରେ ଇସଲାମର ପବିତ୍ର ଗ୍ରନ୍ଥ କୁରାନ ପୋଡିଯିବା ଘଟଣା । ଏଭଳି ଘଟଣାକୁ ନେଇ ସାରା ବିଶ୍ବରେ ସମାଲୋଚିତ ହୋଇଥିଲା ସ୍ବିଡେନ । ସାଉଦି ଆରବ ସମେତ ସମଗ୍ର ମୁସଲମାନ ଦେଶ ଏହାକୁ ବିରୋଧ କରିଥିଲେ । ଠିକ ଏହି ସମୟରେ ସାଉଦି ଆରବର ବୈଦେଶିକ ମନ୍ତ୍ରୀ ପ୍ରିନ୍ସ ଫୋସଲବିନ ଫରହାନ ସ୍ବିଡେନର ବୈଦେଶିକ ମନ୍ତ୍ରୀ ଟୋବିଆସ ବିଲଷ୍ଟ୍ରୋମଙ୍କୁ ତାଗିଦ କରିଛନ୍ତି । ଫୋନରେ ସେ ସ୍ବିଡେନର ନେତାଙ୍କୁ କହିଛନ୍ତି, ଯେ ଏଭଳି ଘଟଣା କ୍ରମାଗତ ଭାବେ ଘଟୁଛି ତେଣୁ ଲୋକଙ୍କ ମଧ୍ୟରେ ଘୃଣା ସୃଷ୍ଟି ହେଉଛି । ଏଭଳି କାର୍ଯ୍ୟକୁ ତୁରନ୍ତ ବନ୍ଦକର ।

ସାଉଦି ଆରବର ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ବାରମ୍ବାର କୁରାନ ଜଳିବା ଏବଂ ଇସଲାମ ବିରୋଧରେ ଅନ୍ୟାନ୍ୟ ଅପରାଧ ଘୃଣାକୁ ପ୍ରୋତ୍ସାହନ କରିଥାଏ । ସାଉଦି ଆରବର ବୈଦେଶିକ ମନ୍ତ୍ରୀଙ୍କ ସହ ବାର୍ତ୍ତାଳପରେ ସ୍ବିଡେନ ନେତା ଏହି ଘଟଣାକୁ ଦୃଢ ନିନ୍ଦା କରିଛନ୍ତି । ସ୍ବାଧିନତାର ସାମ୍ବିଧାନିକ ଅଧିକାରକୁ କିପରି କିଛି ଲୋକ ପ୍ରଭାବିତ କରନ୍ତି ସେକଥା କହିଛନ୍ତି । ପ୍ରିନ୍ସ ଫୋସଲଙ୍କୁ ଆଶ୍ବାସନା ଦେଇ ବିଲଷ୍ଟ୍ରୋମ କହିଛନ୍ତି ସ୍ବିଡେନ ସମସ୍ତ ଧର୍ମ ଏବଂ ଧାର୍ମିକ ଗ୍ରନ୍ଥ ପ୍ରତି ଏଭଳି ଘଟଣାକୁ ବନ୍ଦ କରିବାକୁ ଚାହୁଁଛି । କିନ୍ତୁ ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଏଭଳି ଘଟଣା ରାଜନୈତିକ ଫାଇଦା ପାଇଁ କରାଯାଇଥାଏ ।

କାରଣ ଆସନ୍ତା ବର୍ଷ ସ୍ବିଡେନରେ ସଂସଦ ନିର୍ବାଚନ ଅଛି ତେଣୁ ଏଭଳି କାର୍ଯ୍ୟା ଦେଖିବାକୁ ମିଳୁଛି । ମୁସଲମାନ ଦେଶର ଏକ ସଂଗଠନ ଅର୍ଗାନାଇଜେସନ୍ ଅଫ୍ ଇସଲାମିକ୍ କୋପରେସନ୍ (OIC) ଏହି ଘଟଣାରେ ଆସନ୍ତା ଜୁଲାଇ ୩୧ରେ ଏକ ବଡ ବୈଠକ କରିବାକୁ ସ୍ଥିର କରିଛନ୍ତି । ସାଉଦି ଆରବ ଏବଂ ଇରାକ୍ ଏହି ବୈଠକ ଡାକିଛନ୍ତି । ପୂର୍ବରୁ ସଂଗଠନ ଏହି ଘଟଣାକୁ ନେଇ ଜୁଲାଇ ୨ତାରିଖରେ ବୈଠକ ଡାକିଥିଲା । ସେପଟେ ଡେନର୍ମାକର ରାଜଧାନୀ କପିଳେନ୍ଦ୍ରରେ କୁରାନ ଜଳିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି ।

ଗତ ସପ୍ତାହରେ ଇରାକ୍, ଇଜିପ୍ଟ ଏବଂ ତୁର୍କୀର ଦୂତାବାସ ସମୁଖରେ କୁରାନର ନକଲି ଜଳିଯାଇଥିଲା । ସ୍ବିଡେନ ଏବଂ ଡେନମାର୍କାରେ ଏଭଳି ଘଟଣାକୁ କତାର, ଜୋର୍ଡାନ, ମୋରୋକୋ, ତୁର୍କୀ, ୟୁଏଇ, ଇରାନ ଏବଂ ୟେମେନ ସମେତ ସମସ୍ତ ମୁସଲମାନ ଦେଶ ବିରୋଧ କରିଥିଲେ । ଘଟଣାକୁ ନେଇ ସାଉଦି ଆରବ ଡେନମାର୍କର ପ୍ରତିନିଧିଙ୍କୁ ଡାକି ସତ୍ୟର ବର୍ଣ୍ଣନା କରିଥିଲା । କିନ୍ତୁ ଏହା ପରେ ଇରାକରେ ଥିବା ସ୍ବିଡେନ ଦୂତାବାସରେ ନିଆଁ ଲଗାଇ ଦିଆଯାଇଥିଲା ।

ଅନ୍ୟପଟେ ଜାତିସଂଘ ମାନବାଧିକାର ଆୟୋଗ ମଧ୍ୟ ଗତ ମାସରେ ଧାର୍ମିକ ଘୃଣା ଏବଂ କୁସଂସ୍କାର ଉପରେ ଏକ ସଂକଳ୍ପ ପାରିତ କରିଛନ୍ତି । ପାକିସ୍ତାନ ସମେତ ଅଣ-ମୁସଲମାନ ସଂଖ୍ୟାଲଘୁ ଦେଶ, ଭାରତ ଏବଂ ଭିଏତନାମା ପରି (OIC) ଦେଶ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି । ଆମେରିକା ଏବଂ ୟୁରୋପୀୟ ସଂଘ ଅଭିବ୍ୟକ୍ତିର ସ୍ବାଧିନତା ନାମରେ ପ୍ରସ୍ତାବକୁ ବିରୋଧ କରିଥିଲା ।