ମାଂସ ଖାଇବା ଛାଡିଦେଲେ ଭୂସ୍ଖଳନ ପରି ବିପଦ ଆସିବ ନାହିଁ : IIT ମଣ୍ଡିର ନିର୍ଦ୍ଦେଶକ

1 min read

ହିମାଚଳ ପ୍ରଦେଶ : ମାଂସ ଖାଇବା ଯୋଗୁ ଭୂସ୍ଖଳନ ହେଉଛି । ମାଂସ ଖାଇବା ଛାଡିଦେଲେ ଭୂସ୍ଖଳନ ପରି ବିପଦ ଆସିବ ନାହିଁ । ଏକଥା ଆମେ କହୁନାହୁଁ । ଏହା କହିଛନ୍ତି- ଖୋଦ୍ ଆଇଆଇଟି ମଣ୍ଡିର ନିର୍ଦ୍ଦେଶକ ଲକ୍ଷ୍ମୀଧର ବେହେରା । ଛାତ୍ରମାନଙ୍କୁ ସେ ମାଂସ ନଖାଇବା ଲାଗି ପରାମର୍ଶ ଦେବା ସହ ମାଂସ ଖାଇବା ଯୋଗୁ ହିମାଚଳ ପ୍ରଦେଶରେ ଭୂସ୍ଖଳନ ଓ ବାଦଲଫଟା ବର୍ଷା ପରି ବିପଦ ଆସୁଛି ବୋଲି କହିଛନ୍ତି । ପ୍ରାଣୀମାନଙ୍କ ପ୍ରତି ହିଂସାର କାରଣରୁ ଏପରି ବିପଦ ଆସୁଥିବା ସେ ଦର୍ଶାଇଛନ୍ତି । ପ୍ରାଣୀମାନଙ୍କ ସହ ପରିବେଶର ଏକ ମହତ ସମ୍ପର୍କ ରହିଛି । ପ୍ରାଣୀଙ୍କୁ ହତ୍ଯା କରାଯିବା ଦ୍ବାରା ପରିବେଶ ଉପରେ ଏହାର ପ୍ରଭାବ ପଡୁଛି । ଏହାର ଫଳସ୍ବରୂପ ଏପରି ପ୍ରାକୃତିିକ ବିପର୍ଯ୍ୟୟ ବାରମ୍ବାର ଘଟୁଛି ବୋଲି ସେ କହିଛନ୍ତି ।Village chief who alerted others falls victim to Himachal landslide along  with kin- The New Indian Express

ନିରାମିଷାଂଶୀ ହେବା ଭଲ ମଣିଷର ପରିଚୟ । ମାଂସ ନଖାଇବା ଲାଗି ଛାତ୍ରଛାତ୍ରୀ ଶପଥ କରନ୍ତୁ ବୋଲି ସେ ଆହ୍ବାନ ଦେଇଛନ୍ତି । ଲକ୍ଷ୍ମୀଧରଙ୍କ ଏହି ବିବୃତିକୁ ବିଭିନ୍ନ ମହଲରୁ ବିରୋଧ କରାଯାଇଛି । ଗତବର୍ଷ ବି ସେ ପବିତ୍ର ମନ୍ତ୍ର ପାଠକରି ତାଙ୍କର ଜଣେ ବନ୍ଧୁଙ୍କ ଆପାର୍ଟମେଣ୍ଟସ୍ଥିତ ବାସଭବନରୁ ଭୂତପ୍ରେତ ଦୂର କରିବାକୁ ସକ୍ଷମ ହୋଇଥିଲେ ବୋଲି ସେ କହିଥିଲେ । ଏହାକୁ ନେଇ ବହୁ ବିବାଦ ସୃଷ୍ଟି ହୋଇଥିଲା ।