ମାଛ ଧରିଲେ, ଛକା-ଚୌକା ମାରି ରେକର୍ଡ କଲେ…
1 min read
ନନ୍ଦିଘୋଷ ବ୍ୟୁରୋ: ମାଛକୁ ଶୁଭ ବୋଲି ମାନାଯାଏ । ମ୍ୟାଚ୍ ପୂର୍ବରୁ ମାଛ ଧରିଲେ ପଡ଼ିଆରେ ଉଡ଼ାଇଲେ ବଲ । ଚକା-ଚୌକା ମାରି କଲେ ରେକର୍ଡ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି CPLରେ । ଦକ୍ଷିଣ ଆଫ୍ରିକୀୟ ଖେଳାଳି ଡି-କକ୍ CPLରେ କମାଲ କରିଛନ୍ତି । ବାରବାଡୋସ୍ ରୟାଲ୍ସ ପକ୍ଷରୁ ଖେଳୁଥିବା ଡି-କକ୍ ମ୍ୟାଚ ପୂର୍ବରୁ ୬ ପ୍ରକାରର ମାଛ ଧରିଥିଲେ । ଆଉ ମଇଦାନରେ ନିଜର ଉଚ୍ଚକୋଟିର ପ୍ରଦର୍ଶନ କରିଛନ୍ତି ।
ଉଦଘାଟନୀ ମ୍ୟାଚ ପୂର୍ବରୁ ଇନଷ୍ଟାଗ୍ରାମରେ କିଛି ଫଟୋ ସେୟାର କରିଥିଲେ ଡି-କକ । ସେ ମାଛ ଧରି ଫଟୋ ପୋଷ୍ଟ କରିଥିଲେ । ପ୍ରଥମ ମ୍ୟାଚରେ ସେ ୭୩ ମିନିଟ ପର୍ଯ୍ୟନ୍ତି ବ୍ୟାଟିଂ କରିଥିଲେ । ଯେଉଁଥିରେ ସେ ୪୭ ବଲରେ ୫୭ ରନର ପାଳି ଖେଳିଥିଲେ । ଯେଉଁଥିରେ ୫ ଚୌକା ଏବଂ ଗୋଟିଏ ଛକା ରହିଛି । ଯଦିଓ ପାଓ୍ବେଲ ଭଳ ପ୍ରଦର୍ଶନ କରିଥିଲେ ତଥାପି ଦଳକୁ ଏକ ମଜବୁତ ସ୍ଥିତିରେ ପହଞ୍ଚାଇଥିଲେ ଡି-କକ୍ ।