KBCରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ପ୍ରଶ୍ନ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ରିଆଲିଟି ଶୋ କୌନ ବନେଗା କରୋଡପତିରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ପ୍ରଶ୍ନ । ୨୫ ଲକ୍ଷ ଟଙ୍କା ମୁଲ୍ୟର ଏହି ପ୍ରଶ୍ନ ପ୍ରତିଯୋଗୀଙ୍କୁ ପଚାରିଛନ୍ତି ହୋଷ୍ଟ ଅମିତାଭ ବଚ୍ଚନ । ପ୍ରଶ୍ନଠି ଥିଲା ଏମିତି, କେଉଁ ସ୍ଥାନରେ ଜଣେ ଚର୍ଚ୍ଚିତ ପାଇଲଟଙ୍କ ନାଁରେ ବିମାନ ବନ୍ଦର ସ୍ଥାପନା ହୋଇଛି । ଏହି ପ୍ରଶ୍ନରେ ୪ଟି ବିକଳ୍ପ ଥିଲା । ଏହି ବିକଳ୍ପ ମଧ୍ୟରେ ଭୁବନେଶ୍ବର ଥିଲା ।

ଏହାର ସଠିକ୍‌ ଉତ୍ତର ହେଉଛି ଭୁବନେଶ୍ବର । ଏଠାରେ ବିଜୁ ପଟ୍ଟନାୟକ ଇଣ୍ଟରନ୍ୟାସନାଲ ବିମାନବନ୍ଦର ସ୍ଥାପନା ହୋଇଛି । ବିଜୁ ପଟ୍ଟନାୟକ ସଫଳ ପାଇଲଟ ଭାବେ ସାରା ଭାରତରେ ଜଣାଶୁଣା । ଏଥିସହ ପାଇଲଟ ଭାବେ ସେ ନିଜେ ଏୟାରକ୍ରାଫ୍ଟ ଉଡାଇ ଇଣ୍ଡୋନେସିଆର ରାଷ୍ଟ୍ରମୁଖ୍ୟଙ୍କୁ ବିପଦ ସମୟରେ ଡାକୋଟା ବିମାନରେ ଏୟାରଲିଫ୍ଟ କରିଥିଲେ । ସେତେବେଳେ ଏହି ଘଟଣା ସାରା ବିଶ୍ବରେ ଚର୍ଚ୍ଚାର ବିଷୟ ହୋଇଥିଲା ।