ଭୋଟ୍ ଦେଲେ କମାଇଦେବୁ ମଦ ଦାମ୍; ପ୍ରତିଶ୍ରୁତି ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ
1 min readନୂଆଦିଲ୍ଲୀ: ପାଖେଇ ଆସିଲାଣି ଲୋକସଭା ନିର୍ବାଚନ। ନିର୍ବାଚନ ଯେତେ ପାଖେଇ ଆସୁଛି ପ୍ରଚାର ମୈଦାନ ସେତିକି ଉଠୁଛୁ ପଡୁଛି। ନେତା ମନ୍ତ୍ରୀମାନେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଦେଉଛନ୍ତି ପୁଳା ପୁଳା ପ୍ରତିଶ୍ରୁତି। ଏହି କ୍ରମରେ ଏବେ ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ତଥା ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଭୋଟର୍ଙ୍କୁ ଦେଖାଇଛନ୍ତି ଲୋଭ।
ଆନ୍ଧ୍ରପ୍ରଦେଶର ନିଜ ନିର୍ବାଚନୀ ମଣ୍ଡଳି କୁପ୍ପମjl ଏକ ରାଲିକୁ ସମ୍ବୋଧିତ କରି ଚନ୍ଦ୍ରବାବୁ ନାଇଡୁ ଭୋଟରଙ୍କୁ ଭଲ ମଦ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି, ‘ନିର୍ବାଚନ ଜିତିଲେ ତଥା ୪୦ ଦିନ ପରେ କମ୍ ଦାମ୍ରେ କ୍ୱାଲିଟି ତଥା ଭଲ ମଦ ଦିଆଯିବ। ମୋର ଛୋଟ ଭାଇମାନେ ମଦର ଦାମ୍ କମ୍ କରିବାକୁ ଦାବି କରୁଛନ୍ତି। କେବଳ ସେତିକି ନୁହେଁ ସେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ନ ମୋହନ ରେଡ୍ଡୀ ଓ ତାଙ୍କ ଦଳ ଓ୍ୱାଆର୍ଏସ୍ କଂଗ୍ରେସ ଉପରେ ମଧ୍ୟ ବର୍ଷିଛନ୍ତି। ୨୦୧୯ରେ ଦକ୍ଷିଣର ରାଜ୍ୟଗୁଡିକରେ ମଦ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଦେଇଥିବା ପ୍ରତିଶ୍ରୁତିରୁ ପଛକୁ ହଟିଥିବା ନେଇ ସେ ଜଗନ୍ନ ମୋହନ୍ନ ରେଡ୍ଡୀଙ୍କୁ ଟାର୍ଗେଟ୍ କରିଛନ୍ତି । ମଦ ସମେତ ପ୍ରତ୍ୟେକ ଜିନିଷର ଦାମ୍ ଦିନକୁ ଦିନ ବଢ଼ିବାରେ ଲାଗିଛି । ରାଜ୍ୟରେ ଗୋଟିଏ ୧୮୦ ଏମ୍ଏଲ୍ ମଦର ଦାମ୍ ୬୦ ଟଙ୍କା ଥିବା ବେଳେ ଏହାକୁ ଜଗନ୍ନ ସରକାର ୨୦୦ ଟଙ୍କା ବଢ଼ାଇ ଦେଇଛନ୍ତି। ଏଥିରୁ ୧୦୦ ଟଙ୍କା ସିଧାସଳଖ ସରକାରଙ୍କ ପକେଟକୁ ଯାଉଥିବା ଚନ୍ଦ୍ରବାବୁ ନାଇଡୁ କହିଛନ୍ତି। ଏଥର ଆନ୍ଧ୍ରପ୍ରଦେଶରେ ଲୋକସଭା ସହ ବିଧାନସଭା ନିର୍ବାଚନ ମଧ୍ୟ ହେବ।
ଚଳିତ ଥର ଟିଡିପି-ଏନ୍ଡିଏ-ଜନସେନା ପାର୍ଟି ମଧ୍ୟରେ ମେଣ୍ଟ ହୋଇଛି। ନିକଟରେ ଏମାନଙ୍କ ମଧ୍ୟ ସିଟ୍ ଭାଗବଣ୍ଟା ଅଙ୍କ ମଧ୍ୟ ଛିଣ୍ଡିଛି। ବିଜେପି ଯେଉଁଠି ୬ ଲୋକସଭା ଓ ୧୦ ବିଧାନସଭା ଆସନରେ ନିର୍ବାଚନ ଲଢ଼ିବ ସେଠି ଜନସେନା ପାର୍ଟିକୁ ୨ଟି ଲୋକସଭା ଓ ୨୧ଟି ବିଧାନସଭା ଆସନ ମିଳିଛି। ଟିଡିପି ନିଜ ପାଖରେ ୧୭ଟି ଲୋକସଭା ଓ ୧୪୪ଟି ବିଧାନସଭା ଆସନ ରଖିଛି।