କତାର କାହିଁକି କହିଲା- ଆମେ ମଧ୍ୟ ମୁସଲିମ୍ ଦେଶ, ଆମଠୁ କିଛି ଶିଖ

କାବୁଲ: ଦିନେ ତାଲିବାନକୁ ସମର୍ଥନ କରିଥିବା ଦେଶ ମଧ୍ୟରେ କତାର ଥିଲା । କିନ୍ତୁ ଏବେ ଏହି ସଙ୍ଗଠନ ଉପରେ ଅସନ୍ତୋଷ ପ୍ରକାଶ କରିଛି କତାର । କତାରର ଜଣେ କୁଟନୀତିଜ୍ଞଙ୍କ କହିବାନୁଯାୟୀ ମହିଳାଙ୍କ ଶିକ୍ଷାକୁ ନେଇ ତାଲିବାନର ଚିନ୍ତାଧାରା ଖୁବ୍ ନୖେରାଶ୍ୟଜନକ । ଯଦି ତାଲିବାନ ଦେଶରେ ଇସଲାମିକ୍ ସିଷ୍ଟମ୍ ଚଲାଇବାକୁ ଚାହୁଁଛି ତାହେଲେ ଆମଠାରୁ କିଛି ଶୁଖୁ ।

କତାରର ବିଦେଶ ମନ୍ତ୍ରୀ ଶେଖ ମହମ୍ମଦ ବିନ୍ ଅବଦୁଲ୍ ଅଲ ଥାନି ଏକ ସାମ୍ବାଦିକ ସମ୍ମିଳନୀରେ ୟୁରୋପିଅନ୍ ଫରେନ୍ ପଲିସି ଚିଫ୍ ଜୋସେଫ୍ ବୋରେଲଙ୍କ ସହ ଆଲୋଚନା କରିଥିଲେ । ଏହି ସମୟରେ ଆଫଗାନିସ୍ତାନରେ ଝିଅଙ୍କ ଶିକ୍ଷା ଉପରେ ରୋକ୍ କୁ ନିରାଶାଜନକ କହିଥିଲେ । ନିକଟରେ ଆଫଗାନିସ୍ତାନରେ ଯେଉଁ ପ୍ରକାର ପଦକ୍ଷେପ ନିଆଯାଉଛି ତାହା ଦୁର୍ଭାଗ୍ୟପୂର୍ଣ୍ଣ । ଆଉ କିଛି ଏଭଳି ନିଷ୍ପତ୍ତି ନିଆଯାଉଛି ଯାହା ଆଫଗାନିସ୍ତାନର ବିକାଶକୁ ବହୁ ପଛକୁ ଟାଣି ନେଉଛି ।

Leave a Reply