ଦେଶଦ୍ରୋହୀଙ୍କୁ ପୁଟିନଙ୍କ ଚେତାବନୀ, ଦେଶଦ୍ରୋହୀଙ୍କ ସ୍ଥିତିକୁ ନିର୍ମୂଳ କରିଦିଆଯିବ

1 min read

ମସ୍କୋ: ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢ଼େଇ । ୟୁକ୍ରେନ ରାଜଧାନୀ କିଭକୁ ଦଖଲ କରିବା ପାଇଁ ଋଷ ଜୋରଦାର ଆକ୍ରମଣ କରୁଛି । ତେବେ ଏହାରି ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏକ ବଡ଼ ଘୋଷଣା କରିଛନ୍ତି । ପୁଟିନ୍ କହିଛନ୍ତି ଯେଉଁମାନେ ଦେଶ ଭିତରେ ରହି ଋଷକୁ ବିରୋଧ କରୁଛନ୍ତି ସେମାନେ ଦେଶଦ୍ରୋହୀ । ସେମାନଙ୍କ ସ୍ଥିତିକୁ ନିର୍ମୂଳ କରିଦିଆଯିବ ବୋଲି କହିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଦେଶବାସୀଙ୍କ ଉଦ୍ଦେଶ୍ୟରେ ଟେଲିଭିଜନ ବାର୍ତ୍ତା ଦେଇ ପୁଟିନ କହିଛନ୍ତି କିଛି ଲୋକ ଦେଶ ଭିତରେ ରହି ଜାତୀୟ ନୀତିକୁ ବିରୋଧ କରୁଛନ୍ତି ଏବଂ ଆମେରିକା ଓ ତା’ର ମିତ୍ରଶକ୍ତିଙ୍କୁ ଗୋପନରେ ସାହାଯ୍ୟ କରୁଛନ୍ତି ।

ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଋଷକୁ ଧ୍ୱଂସ କରିବା ଲାଗି ପାଶ୍ଚାତ୍ୟ ଶକ୍ତି ଯୋଜନା କରୁଥିବାବେଳେ ଦେଶଦ୍ରୋହୀମାନେ ଆମେରିକାକୁ ସହଯୋଗ କରିବା ଗ୍ରହଣୀୟ ବୋଲି କହିଛନ୍ତି ପୁଟିନ୍ । ସଚ୍ଚା ଦେଶପ୍ରେମୀମାନଙ୍କ ଯୋଗୁ ଦେଶ ଶକ୍ତିଶାଳୀ ହୋଇଥାଏ । ରାଷ୍ଟ୍ରାୟତ୍ତ ଚ୍ୟାନେଲ ଓ୍ବାନର ଲାଇଭ ଟେଲିକାଷ୍ଟ ହେଉଥିବାବେଳେ ଜଣେ ପ୍ରଡ୍ୟୁସର ପ୍ରତିବାଦ କରିବା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୁଟିନ ।