ୟୁକ୍ରେନକୁ ସାହାଯ୍ୟ କରିବା ପଡ଼ିଲା ମହଙ୍ଗା, ତେଲ, ଗ୍ୟାସ୍ ବନ୍ଦ କଲା ରୁଷ

1 min read

ମସ୍କୋ: ଏବେ ବିପଦରେ ୟୁକ୍ରେନକୁ ସାହାଯ୍ୟ କରୁଥିବା ଦେଶ । ରୁଷ-ୟୁକ୍ରେନ୍ ଯୁଦ୍ଧରେ ଖୋଲାଖୋଲି ୟୁକ୍ରେନକୁ ସାହାଯ୍ୟ କରୁଥିବା ଦେଶଗୁଡ଼ିକପାଇଁ ଏବେ ମହଙ୍ଗା ପଡ଼ିଲାଣି । ଏବେ ନାଟୋ ଦେଶ ଉପରେ ରୁଷ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଲଗାଇବା ଦେଖାଦେଲାଣି ।

ଏବେ ପୋଲାଣ୍ଡ ଏବଂ ବୁଲେଗରିଆକୁ ଗ୍ୟାସ ଏବଂ ତେଲ ରପ୍ତାନି କରିବା ବନ୍ଦ କରିଦେଇଛି ରୁଷ । ଯୁଦ୍ଧ ଆରମ୍ଭ ହେବା ପରେ ଏହି ଦେଶ ଗୁଡିକ ତେଲ ଏବଂ ଗ୍ୟାସ ପାଇଁ ଋଷ ମୁଦ୍ରା ରୁବେଲ ହିସାବରେ ଦାମ୍ ଦେବାକୁ କହିଥିଲେ ବି ଏହାକୁ ଅନ୍ୟ ରାଷ୍ଟ୍ରମାନେ ଗ୍ରହଣ କରିନଥିଲେ । ଏହା ଉପରେ ରୁଷ ରାଗିଯାଇ ପ୍ରତିଶୋଧ ନେବା ଆରମ୍ଭ କରିଛି ।

ପୋଲାଣ୍ଡ ଏବଂ ବୁଲେଗରିଆର କହିବା କଥା ହେଲା ରୁଷର ଦିଗଜ ଉର୍ଜା ନାମକ କମ୍ପାନୀ ଗ୍ୟାସ ଏବଂ ତେଲ ରପ୍ତାନୀ ବନ୍ଦ କରିବା କଥା କହି ସିଧା ବନ୍ଦ କରି ଦେଇଥିଲା ।

ଏଠାରେ ଆମେ କହି ରଖିବାକୁ ଚାହୁଁଛୁ ଯେ, ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ ପୋଲାଣ୍ଡ ଆରମ୍ଭରୁ ହିଁ ୟୁକ୍ରେନକୁ ସହଯୋଗ କରିଆସିଛି । ଯୁଦ୍ଧ ଲଢିବାକୁ ମଧ୍ୟ ୟେୁକ୍ରେନକୁ ଅସ୍ତ୍ର ଯୋଗାଇଛି ପୋଲାଣ୍ଡ । ଏହି ସପ୍ତାହରେ ୟୁକ୍ରେନକୁ ଯୁଦ୍ଧ ଟ୍ୟାଙ୍କ ପଠାଇବାକୁ ମଧ୍ୟ କହିଥିଲେ ପୋଲାଣ୍ଡ ସରକାର । ଏହାକୁ ନେଇ ଏବେ ରାଗିଯାଇଛି ଋଷ । ବହୁ ମାତ୍ରାରେ ରୁଷରୁ ଆସୁଥିବା  ବିଜୁଳି ଶକ୍ତି ଏବଂ ଇନ୍ଧନ ଗ୍ୟାସ ରପ୍ତାନିର ସବୁ ବାଟ ବନ୍ଦ କରିଦେଇଛି।