ୟୁକ୍ରେନ ଉପରେ ଆଣବିକ ଆକ୍ରମଣର ପ୍ରସ୍ତୁତି ! ପୁଟିନ୍ ତାଙ୍କ ପରିବାରକୁ ପଠାଇଲେ ସାଇବେରିଆ
1 min readନୂଆଦିଲ୍ଲୀ: ଋଷ ୟୁକ୍ରେନ ଯୁଦ୍ଧ ୨୫ଦିନରେ ପହଞ୍ଚିଛି । ୟୁକ୍ରେନର ଅନେକ ସହରରେ ଲଗାତାର ଆକ୍ରମଣ ଜାରି ରହିଛି । ଋଷ ୟୁକ୍ରେନ ସହର ମାରିୟୁପୋଲକୁ ଚାରିପଟୁ ଘେରିବାସହ ଘନ ଘନ ମିଶାଇଲ ଓ ବୋମା ମାଡ଼ କରୁଛି । ଏହିମଧ୍ୟରେ ବ୍ରିଟେନର ଏକ ଗଣମାଧୟମ ରୁପୋର୍ଟ ଅନୁସାରେ ପୁଟିନ ପରମାଣୁ ଯୁଦ୍ଧ ପାଇଁ ଅଭ୍ୟାସ କରୁଛନ୍ତି । ୟୁକ୍ରେନ୍ ସହ ଉତ୍ତେଜନା ବୃଦ୍ଧି ବାତାବରଣରେ ଆଣବିକ ଯୁଦ୍ଧରେ ଲୋକଙ୍କୁ ସ୍ଥାନାନ୍ତରଣ ଅଭ୍ୟାସ ନିମନ୍ତେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଆଦେଶ ଦେଇଥିବା କଥା କେତେକ ଗଣମାଧ୍ୟମ ‘ଟେଲିଗ୍ରାମ୍ ଚାନେଲ୍’ଗୁଡ଼ିକରୁ ଜଣାପଡ଼ିଛି । କେବଳ ସେତିକି ନୁହେଁ ସେ ଏହି ଅଭ୍ୟାସ ପୂର୍ବରୁ ତାଙ୍କ ପରିବାର କୁ ସାଇବେରିଆ ପଠାଇ ଦେଇଥିବା ମଧ୍ୟ କୁହାଯାଇଛି ।
ଉଭୟ ଯୁଦ୍ଧ ଓ ଶାନ୍ତି ଆଲୋଚନା ସମାନ ଭାବେ ଚାଲିଥିବା ବେଳେ ୟୁକ୍ରେନ୍ ଉପରେ ଅତ୍ୟାଧୁନିକ ହାଇପର୍ସୋନିକ୍ କ୍ଷେପଣାସ୍ତ୍ର ପ୍ରୟୋଗ କରିଥିବା କଥା ରୁଷ୍ ଦାବି କରିଛି । ପୁଟିନ୍ କ୍ରମଶଃ ଆଣବିକ ଯୁଦ୍ଧ ଆଡ଼କୁ ଅଗ୍ରସର ହେଉଥିବାର ଆଭାସ ପାଇ କ୍ରେମ୍ଲିନ୍ ସରକାରୀ ଅଧିକାରୀମାନେ ବିସ୍ମିତ ତଥା ବିବ୍ରତ ହୋଇପଡ଼ିଥିବା କଥା ଏକ ରିପୋର୍ଟରୁ ଜଣାପଡ଼ିଛି ।
ସୂଚନା ଅନୁସାରେ, ଆଣବିକ ଯୁଦ୍ଧରେ ଲୋକାମାନଙ୍କୁ କିଭଳି ସ୍ଥାନାନ୍ତରଣ କରାଯାଇପାରିବ ସେନେଇ ଅଭ୍ୟାସ କରାଯଆଉଥିବା ନିଜେ ପୁଟିନ୍ କ୍ରେମ୍ଲିନ୍ର ବରିଷ୍ଠ ରାଜନୀତିଜ୍ଞମାନଙ୍କୁ କହିଥିବା ଜଣାପଡ଼ିଛି । ସମ୍ପ୍ରତି ନିରାପତ୍ତା କ୍ଷେତ୍ରରେ କାର୍ଯ୍ୟ କରୁଥିବା ପୂର୍ବତନ ରାଷ୍ଟ୍ରପତି ଡିମିତ୍ରି ମେଦଭେଦେଭ୍ ଏବଂ ଦୁଇ ଗୃହର ବାଚସ୍ପତି ଭିଆଚେସ୍ଲାଭ୍ ଭୋଲୋଦିନ୍ ଏବଂ ଭାଲେନ୍ତିନା ମାତ୍ଭିୟେଙ୍କୋଙ୍କୁ ଆଣବିକ ଯୁଦ୍ଧ ବିଷୟରେ କୁହାଯାଇଥିବା କଥା ରିପୋର୍ଟରୁ ଜଣାପଡ଼ିଛି ।
ପୁଟିନ୍ଙ୍କ ପରିବାର ବିଷୟରେ ବିଶେଷ କିଛି ଜଣା ନ ଥିଲେ ବି ରିପୋର୍ଟ ଅନୁସାରେ, ରୁଷ୍-ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହେବା ଠାରୁ ହିଁ ପୁଟିନ୍ ତାଙ୍କ ପରିବାର ଲୋକମାନଙ୍କୁ ସାଇବେରିଆକୁ ପଠାଇ ଦେଇଛନ୍ତି । ସାଇବେରିଆର ଟେକ୍ ଆଲଟାଇ ପର୍ବତମାଳା ମଧ୍ୟରେ ଥିବା ଏହି ବଙ୍କର୍ଟିକୁ ଭୂତଳ ବଙ୍କର ମଧ୍ୟ କୁହାଯାଏ ।