ବେଲାଋଷରେ ଆଣବିକ ଅସ୍ତ୍ର ମୁତୟନ ନେଇ ଘୋଷଣା କଲେ ପୁଟିନ

1 min read

ମସ୍କୋ: ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ଋଷର ବଡ଼ ଚାଲେଞ୍ଜ । ପଡ଼ୋଶୀ ବେଲାଋଷରେ ଆଣବିକ ଅସ୍ତ୍ର ମୁତୟନ କରିବାକୁ ଘୋଷଣା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ୧୯୯୦ ପରଠାରୁ ପ୍ରଥମ ଥର ଲାଗି ଦେଶବାହାରେ ସାମରିକ ଅସ୍ତ୍ର ମୁତୟନ କରିବାକୁ ଯୋଜନା କରିଛି ଋଷ । ୧୯୯୦ ଦଶକରେ ସୋଭିଏତ ୟୁନିଅନର ବିଭାଜନ ପରଠାରୁ ବେଲାଋଷ ସର୍ବଦା ଋଷର ପକ୍ଷ ନେଇଆସିଛି । ଋଷକୁ ବିଭିନ୍ନ ସହାୟତା ଦେଇଆସୁଛନ୍ତି ବେଲାଋଷ ରାଷ୍ଟ୍ରପତି ଆଲେକଜାଣ୍ଡାର ଲୁକାସେଙ୍କୋ ।

ସେପଟେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କହିଛନ୍ତି- ପାଶ୍ଚାତ୍ୟ ରାଷ୍ଟ୍ରର ସାମରିକ ସହାୟତା ବିନା ଋଷ ବିରୋଧରେ ସେ ଆଗେଇ ପାରିବେ ନାହିଁ । ଋଷ ଓ ପାଶ୍ଚାତ୍ୟ ରାଷ୍ଟ୍ର ମଧ୍ୟରେ ତିକ୍ତତା ବଢୁଥିବାବେଳେ ଋଷର ନୂଆ ଯୋଜନା ଆମେରିକା ସମେତ ଅନ୍ୟାନ୍ୟ ସହଯୋଗୀ ରାଷ୍ଟ୍ର ଲାଗି ଅଧିକ ଚିନ୍ତାର କାରଣ ହୋଇଛି ।୍