ଭୁବନେଶ୍ୱର: କରୋନା ଭାଇରସ୍ ପାଇଁ ଏବେ ସାହା ବିଶ୍ୱ ଭୟରେ ବଞ୍ଚୁଛି । ଗୋଟିଏ ଲୋକଠାରୁ ଆଉଗୋଟିଏ ଲୋକକୁ ବ୍ୟାପିବାରେ ଲାଗିଛି ଏହି ଭାଇରସ୍ । କରୋନାରେ ସାରା ବିଶ୍ୱରେ ଗଲାଣି ୧୪ ହଜାରରୁ ଅଧିକ ଜୀବନ । ଏହି ଭାଇରସ ଲୋକଙ୍କ ଠାରୁ ଲୋକଙ୍କୁ ହେଉଥିବାରୁ ସମସ୍ତଙ୍କୁ ଘରେ ରହିବା ପାଇଁ ବିଭିନ୍ନ ଦେଶ ଆଡଭାଇଜରି ଜାରି କରିଛନ୍ତି ।
ଏଇ ଭିତରେ ଏକ ଫଟୋ ଭାଇରାଲ ହେଉଛି ଯାହା ଲୋକଙ୍କୁ ଅଧିକ ଆଶ୍ଚର୍ଯ୍ୟ କରୁଛି । ଋଷରେ ଲୋକେ ସରକାରଙ୍କ କଥା ନମାନୁଥିବାରୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାସ୍ତ ଉପରେ ୮୦୦ ଟି ସିଂହ ଛାଡ଼ିଛନ୍ତି । ଯାହା ଦ୍ୱାରା ଲୋକ ସିଂହକୁ ଭୟକରି ଘରେ ରହିବେ । ଏଭଳି ଏକ ଫଟୋ ଭାଇରାଲ ହେଉଛି ।
https://twitter.com/_Chinioty/status/1241606270878191617
ପାକିସ୍ତାନୀ ଟ୍ୱିଟର ବ୍ୟବହାରକାରୀ ନାସିର ଚିନିଓଟି ଦୁଇଟି ଫଟୋଗ୍ରାଫ୍ ପୋଷ୍ଟ କରିଛନ୍ତି – ଗୋଟିଏ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଅନ୍ୟଟି ରାସ୍ତାରେ ବୁଲୁଥିବା ସିଂହ । ଲକ୍ଡାଉନ ପରେ ନାଗରିକଙ୍କ ଆନ୍ଦୋଳନକୁ ବନ୍ଦ କରିବା ପାଇଁ ପୁଟିନ ଋଷରେ ୮୦୦ ସିଂହ ଛାଡିଛନ୍ତି ବୋଲି ଟୁଇଟରେ ଲେଖିଛନ୍ତି । ପୁଟିନଙ୍କ ଦ୍ୱାରା ନିଆଯାଇଥିବା ‘କଠୋର ପଦକ୍ଷେପ’କୁ ସେ ପ୍ରଶଂସା କରିବା ସହ ଏହା କହିଛନ୍ତି ଯେ ଏହା ଲୋକଙ୍କୁ ଘରେ ରହିବାକୁ ପ୍ରେରିତ କରିବ।

ଗୁଗୁଲରେ ଅଲ୍ଟ ନ୍ୟୁଜ୍ ଏହି ଚିତ୍ରକୁ ଏପ୍ରିଲ୍ ୨୦୧୬ରେ ଖୋଜିଥିଲା। ଏହି ଚିତ୍ର ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗର । ବର୍ତ୍ତମାନ ଋଷର ପରିସ୍ଥିତି ସହିତ ଏହାର କୌଣସି ସମ୍ପର୍କ ନାହିଁ । ଫେସବୁକ୍ ପୃଷ୍ଠାରେ ସେୟାର ହୋଇଥିବା ପ୍ରତିଛବିରେ ଲାଗିଥିବା କ୍ୟାପସନରେ ଲେଖାଅଛି, “ଏହା ପ୍ରାୟ ପୁରୁଣା ଖବର ।


