ପୁତିନ କହିଲେ ୟୁକ୍ରେନ ଆମେ ଚାହୁଁନା, ସତ୍ତା ପରିବର୍ତ୍ତନ ଚାହୁଁ
ମସ୍କୋ: ୟୁକ୍ରେନ – ଋଷ ଭିତରେ ଯୁଦ୍ଧ ସ୍ଥିତି ଭୟାନକ ରହିଛି । ଘନା ଘନ ମିସାଇଲ ମାଡ ହେଉଛି । ଏହାରି ଭିତରେ ୟୁକ୍ରେନ୍ ସେନାଙ୍କୁ ସନ୍ଦେଶ ଦେଇଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ । ସାମ୍ବାଦିକ ସମ୍ମିଳନୀ ଜରିଆରେ ଋଷିଆ ରାଷ୍ରପତି ଭ୍ଲାଦିମିର ପୁତିନ କହିଛନ୍ତି, ଆମେ କୌଣସି ମତେ ୟୁକ୍ରେନକୁ କବ୍ଜା କରିବାକୁ ଚାହୁଁନାହୁଁ । ୟୁକ୍ରେନ ଉପରେ ଆଧିପତ୍ୟ ବିସ୍ତାର କରିବା ଆମର ଲକ୍ଷ୍ୟ ନୁହେଁ । ସେହିପରି ଭ୍ଲାଦିମିର ପୁତିନ କହିଛନ୍ତି ୟୁକ୍ରେନ ସେନା ଅନ୍ୟ ଦ୍ୱାରା ପରିଚାଳିନ ନହେଉ ।
ୟୁକ୍ରେନରେ ପରମାଣୁ ବୋମା ପ୍ରସ୍ତୁତି କରାଇ ଦେବନାହିଁ ଋଷ । ସେପଟେ ଆମେରିକା କିମ୍ବା ନାଟୋ ମଧ୍ୟ ୟୁକ୍ରେନ ବିପଦରେ ଠିଆ ହୋଇନାହାଁନ୍ତି । ଏବେ କେବଳ ଏକାକୀ ଯୁଦ୍ଧ ଲଢୁଛି ୟୁକ୍ରେନ । ପୁତିନ ଏପରି ଏକ ସନ୍ଧିରେ କହିଛନ୍ତି, ୟୁକ୍ରେନ ଅନ୍ୟ କଥାରେ ପରିଚାଳିତ ନହେଉ, ନିଜ ସେନାଙ୍କୁ ଢାଲ ନକରୁ । ୟୁକ୍ରେନରେ କୌଣସି ମତ ମଧ୍ୟ ନିଜ ଆଧିପତ୍ୟ ବିସ୍ତାର କରିବାକୁ ଚାହୁଁନାହିଁ ଋଷ । କେବଳ ସତ୍ତା ପରିବର୍ତ୍ତନ ହିଁ ଋଷର ଲକ୍ଷ୍ୟ ବୋଲି ସେ କହିଛନ୍ତି ।