ମାଲକାନଗିରିରେ ଜବରଦସ୍ତ ଆକ୍ସନ ; ସ୍ୱାଭିମାନ ଅଞ୍ଚଳରେ ଆରମ୍ଭ ହେଲା ପୁଷ୍ପା-୨ ସୁଟିଂ

1 min read

ମାଲକାନଗିରି :  ମାଲକାନଗିରି ଜଙ୍ଗଲରେ ପୁଷ୍ପାରାଜ୍ ।  ଫିଲ୍ମ ନିର୍ଦ୍ଦେଶକଙ୍କୁ ଟାଣି ଆଣିଛି ସ୍ବାଭିମାନ ଅଞ୍ଚଳର ସବୁଜ ବନାନୀ । ସ୍ବାଭିମାନ ଅଞ୍ଚଳରେ ଆରମ୍ଭ ହୋଇଯାଇଛି ଦମଦାର ଫିଲ୍ମ ପୁଷ୍ପା ପାର୍ଟ-୨ର ସୁଟିଂ । ଏବେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଭିନୟ ସହ ଦେଖିବାକୁ ମିଳିବ ସ୍ବାଭିମାନ ଅଞ୍ଚଳର ମନରୋମ ଦୃଶ୍ୟ । ମାଲକାନଗିରି ସ୍ବାଭିମାନ ଅଞ୍ଚଳର ପାଦଦେଶ ତଥା ଆନ୍ଧ୍ରପ୍ରଦେଶ ସୀମାକୁ ଲାଗିଥିବା ତରାବୁରେ ଆରମ୍ଭ ହୋଇଛି ପୁଷ୍ପା ପାର୍ଟ-୨ରୁ ସୁଟିଂ । ମଙ୍ଗଳବାର ପୁଷ୍ପା ଫିଲ୍ମ ନିର୍ମାତା ସଂସ୍ଥାର ପୂରା ଟିମ୍ ତରାବୁ ଜଳ ପ୍ରପାତରେ ସୁଟିଂ ଆରମ୍ଭ କରିଦେଇଛନ୍ତି ।

ମାଲକାନଗିରିର ଘନ ଜଙ୍ଗଲ ଭିତରେ ସୁଟିଂ ପାଇଁ ତିଆରି ହୋଇଛି ସେଟ୍ । ଆଉ ଫିଲ୍ମର ସମସ୍ତ ମେମ୍ବରଙ୍କ ପାଇଁ ଅସ୍ଥାୟୀ ଘର ସହ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି । ଜଙ୍ଗଲରେ ସୁପର ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ସମେତ ଅନ୍ୟ ଅଭିନେତା ଏବଂ ଅଭିନେତ୍ରୀ ପହଞ୍ଚି ଫିଲ୍ମର ନିର୍ଦ୍ଦେଶକଙ୍କ ମୁତାବତ ଅଭିନୟ ଆରମ୍ଭ କରୁଛନ୍ତି ।

ଜବରଦସ୍ତ ସସପେନ୍ସ ସହ ରିଲିଜ୍ ହୋଇଥିଲା ପୁଷ୍ପା-୨ର ଟ୍ରେଲର  ପୁଷ୍ପାର ପାର୍ଟ-୨ ରିଲିଜ ପରେ କୋଟି କୋଟି ଲୋକ ଦେଖି ପ୍ରଶଂସା କରିଥିଲେ । ଏବେ ସଭିଏଁ ଫିଲ୍ମର ପାର୍ଟ-୨ ଦେଖିବାକୁ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି । ଫିଲ୍ମର କିଛି ଅଂଶ ସୁଟିଂ ପାଇଁ ମାଲକାନଗିରିକୁ ବାଛି ଥିଲେ ପ୍ରଯୋଜକ ସଂସ୍ଥା । ଏଥିପାଇଁ ସୁଟିଂ ପାଇଁ ମାଲକାନଗିରିରେ ଜିଲ୍ଲାପାଳଙ୍କ ଅନୁମତି ଲୋଡିଥିଲେ ଫିଲ୍ମର ପ୍ରଯୋଜକ । ସ୍ବାଭିମାନ ଅଞ୍ଚଳରେ ପୁଷ୍ପା ପରି ସୁପରହିଟ୍ ଫିଲ୍ମର ୨ୟ ଭାଗ ସୁଟିଂ ହେବା ଜିଲ୍ଲା ପାଇଁ ଗର୍ବର ବିଷୟ  । ଏଠାରେ ଫିଲ୍ମର ସୁଟିଂ ପାଇଁ  ପୂର୍ବରୁ ୧ ମାସ ଧରି ଏକ ଟିମ୍ ମାଲକାନଗିରିର ବିଭିନ୍ନ ସ୍ଥାନ ବୁଲି ଦେଖି ସଟ୍ ଲିଷ୍ଟ କରିଥିଲେ । ଏବେ ସେଠାରେ ଚଳଚିତ୍ର ସୁଟିଂ ଆରମ୍ଭ ହୋଇଯାଇଥିବା ବେଳେ ସ୍ଥାନୀୟ ଲୋକ  ଏହାର ଦୃଶ୍ୟ ଦେଖିବାକୁ ଭିଡ ଲଗାଇଛନ୍ତି ।