spot_img

Latest Posts

‘ପୁଷ୍ପା ୨’ ପ୍ରିମିୟର ଶୋ’ ବଡ ଅଘଟଣ; ଦଳାଚକଟାରେ ଜଣେ ମୃତ

ନନ୍ଦିଘୋଷ ବ୍ୟୁରୋ: ରିଲିଜ ହୋଇଛି ଅଲ୍ଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା ୨’ । ରିଲିଜ ବେଳେ ବଡ ଅଘଟଣ ଘଟିଛି । ଦଳାଚକଟାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି ।

ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ବହୁଚର୍ଚ୍ଚିତ ଫିଲ୍ମ ପୁଷ୍ପା ୨ର ପ୍ରିମିୟର ଆଜି ରିଲିଜ ହୋଇଛି । ବାଣ ଫୁଟାଇ ବାଜା ବଜାଇ ଫାଷ୍ଟ ଡେ ଫାଷ୍ଟ ଶୋ ଦେଖିବାକୁ ହଲ ଆଗରେ ଲାଗିଛି ଫ୍ୟାନ୍ସ ମାନଙ୍କର ଖଚାଖଚ ଭିଡ଼ ।  ବହୁ ଆଡମ୍ବର ସହିତ ହାଇଦ୍ରାବାଦରେ ରିଲିଜ ହୋଇଯାଇଛି ପୁଷ୍ପା ୨ର ପ୍ରିମିୟର । ତେବେ ପ୍ରଥମ ଦିନର ପ୍ରଥମ ଶୋ ଦେଖିବାକୁ ଲୋକଙ୍କ ପ୍ରବଳ ଗହଳି ଲାଗି ରହିଥିଲା।

ସୂଚନା ଅନୁସାରେ, ଫିଲ୍ମକୁ ନେଇ ଲୋକଙ୍କ ମଧ୍ୟରେ ପୁର୍ବରୁ ବହୁତ ଉତ୍ସାହ ଥିବା ବେଳେ ପ୍ରିମିୟର ଶୋ ଦେଖିବା ପାଇଁ ହଲ୍ ସାମ୍ନାରେ ରାତି ଅଧରୁ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଏହାସହ ଅଲ୍ଲୁ ଅର୍ଜୁନଙ୍କ ଆସିବା ଖବର ଭିଡକୁ ଆହୁରି ଦୁଇ ଗୁଣିତ କରିଥିଲା। ଅଲ୍ଲୁ ଅର୍ଜୁନ ସିନେମା ହଲରେ ପହଞ୍ଚିବା ପରେ ଭିଡ ଅଣଆୟତ ହୋଇଥିଲା । ଭିଡ ଏତେ ମାତ୍ରାରେ ବଢିଥିଲା ଯେ ଦଳାଚକଟା ଭଳି ପରିସ୍ଥିତି ଉପୁଜିଥିଲା । ଦଳାଚକଟାରେ ଅନେକ ଲୋକ ଆହତ ହୋଇଥିବା ବେଳେ ଜଣେ ମହିଳା ତାଙ୍କ ପୁଅ ସହ ତଳେ ପଡିଯାଇଥିଲେ । ଗୁରୁତର ଅବସ୍ଥାରେ ଉଭୟେଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତରଖାନାରେ ମହିଳାଙ୍କର ମୃତ୍ୟୁ ହୋଇଛି । ଶେଷରେ ଭିଡ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା ଏବଂ ଦଳାଚକଟା ପରିସ୍ଥିତି ଉପୁଜିଥିଲା । ପରିସ୍ଥିତି ଅସମ୍ଭାଳ ହେବାରୁ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲାଠୀ ଚାର୍ଜ ମଧ୍ୟ କରିଥିଲା ।

Latest Posts

Don't Miss