spot_img

Latest Posts

ମାଆ ତାରାତାରିଣୀଙ୍କ ଚୈତ୍ର ଯାତ୍ରା ପ୍ରସ୍ତୁତିର ସମୀକ୍ଷା କଲେ ଗଞ୍ଜାମ ଜିଲ୍ଲାପାଳ

ପୁରୁଷୋତ୍ତମପୁର:  ଦିନକ ପରେ ଅନୁଷ୍ଠିତ ହେବ ଦକ୍ଷିଣ ଓଡ଼ିଶାର ଅଧିଷ୍ଟାତ୍ରୀ ଦେବୀ ମାଆ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ଯାତ୍ରା  । ଚଳିତବର୍ଷ ମାଙ୍କର ୪ଟି ମଙ୍ଗଳବାର ପାଳି ପଡ଼ିବ । ଏହାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥିତି ସମୀକ୍ଷା କରାଯାଇଛି । କରୋନା କଟକଣା ହଟିଥିବାରୁ ଚଳିତବର୍ଷ ପୀଠରେ ଅଧିକ ଗହଳି ହେବା ସମ୍ଭାବନା ରହିଛି  ।

ରାଜ୍ୟ ସରକାର  ଜିଲ୍ଲା ପ୍ରଶାସନର ପ୍ରଚେଷ୍ଟା ଯୋଗୁଁ ଚୈତ୍ର ଯାତ୍ରା ପାଳନ ପାଇଁ ଅନୁମତି ମିଳିଛି  ।  ପ୍ରଥମ ପାଳି ଚୈତ୍ର ମଙ୍ଗଳବାରକୁ ଶାନ୍ତି ଶୃଙ୍ଖଳାରେ ସମାପନ କରିବା ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ  ଆଜି ତାରାତାରିଣୀ ଗ୍ରସ୍ତ କରିବା ସହ ସ୍ଥିତି ସମୀକ୍ଷା କରିଛନ୍ତି। ପିଇବା ପାଣି ଠାରୁ ଆରମ୍ଭ କରି ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥାର ତଦାରଖ କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ୧୩ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିବା ବେଳେ ଗଞ୍ଜାମ ଏସ୍.ପିଙ୍କ ନିର୍ଦ୍ଦେଶ କ୍ରମେ ୩ଜଣ ଆଡିସିନାଲ ଏସ୍‌ପି, ୫ଜଣ ଡିଏସ୍‌ପି, ୩୦ଜଣ ଇନ୍ସପେକ୍ଟର, ୫୦ଜଣ ସବ୍ ଇନ୍ସପେକ୍ଟର ପାହ୍ୟାର ଅଧିକାରୀଙ୍କୁ ନିୟୋଜିତ କରାଯାଇଛି ।

ସୂଚନା ଯୋଗ୍ୟ ଯେ, ପୂର୍ବରୁ କରୋନା କଟକଣା ଯୋଗୁଁ ତାରା ତାରିଣୀ ପୀଠରେ ମାଆଙ୍କ ଦର୍ଶନ ଉପରେ କଟକଣା ଲାଗୁ କରାଯାଇଥିଲା ।  କେବଳ ସ୍ଥାନୀୟ ଲୋକଙ୍କୁ ଦର୍ଶନ ଅନୁମତି ମିଳିଥିଲା । କିନ୍ତୁ ଏଥିରେ ମଧ୍ୟ କଟକଣା ଲାଗୁ ଥିଲା । ମନ୍ଦିରକୁ ବାହାର ଅର୍ଥାତ ଜିଲ୍ଲା ବାହରୁ ଆସୁଥିବା ଲୋକଙ୍କୁ ଛଡ଼ା ନଯିବାକୁ ଜିଲ୍ଲାପାଳଙ୍କ ପକ୍ଷରୁ କଡ଼ା ନିର୍ଦ୍ଦେଶ ଥିଲା । ସେହିପରି ମନ୍ଦିରକୁ ଆସୁଥିବା ସମସ୍ତ ଯାନବାହାନ ବନ୍ଦ ରଖାଯାଇଥିଲା ।

Latest Posts

Don't Miss