ଭୂମିପୂଜା କରୁଥିବା ପୁରୋହିତ ପ୍ରଧାନମନ୍ତ୍ରୀଙ୍କୁ ଦକ୍ଷୀଣାରେ କ’ଣ ମାଗିଲେ ?

Modi At Ram Mandir Bhumi Pujan

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅଯୋଧ୍ୟାରେ ରାମ ଜନ୍ମଭୂମି ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଅଯୋଧ୍ୟାରେ ଭବ୍ୟ ସମାରୋହରେ ରାମ ମନ୍ଦିରର ଭୂମି ପୂଜା ଓ ଶିଳାନ୍ୟାସ ସଂପନ୍ନ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ସହ ରାଷ୍ଟ୍ରିୟ ସ୍ୱୟଂସେବକ ସଂଗଠନ (ଆରଏସଏସ) ମୁଖ୍ୟ ମୋହନ ଭାଗବତ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାଜ୍ୟପାଳ ଆନନ୍ଦିବେନ ପଟେଲ ଭୂମିପୂଜାରେ ଉପସ୍ଥିତ ଥିଲେ।

ଭୂମିପୂଜା ଆଧାରଶୀଳା ରଖିବା ପରେ ପୂଜା ସଂକଳ୍ପ କାଳରେ ପୁରୋହିତ କହିଥିଲେ ଯେ, ‘କୌଣସି ଜଜ୍ଞରେ ଦକ୍ଷୀଣା ମହତ୍ୱପୂର୍ଣ୍ଣ ହୋଇଥାଏ । ଦକ୍ଷୀଣା ଆଜି ଏତେ ଦିଆ ହୋଇଛି ଯେ କୋଟି କୋଟି ଆର୍ଶିବାଦ ମିଳୁଛି । ଭାରତ ତ ଆପର,ଏହା ଉପରେ ଆଉ କିଛି ଦିଅନ୍ତୁ ।କିଛି ସମସ୍ୟା ଅଛି,ସେ ସମସ୍ୟାର ନିରାକରଣ ପାଇଁ ସଂକଳ୍ପ ନେଇଛନ୍ତି,୫ଅଗଷ୍ଟ ସହ ଆଉ କିଛି ମିଶିଗଲେ ଭଗବାନଙ୍କ କୃପା ହେବ ।

କରୋନା ସଙ୍କଟ କାରଣରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପୂଜା କରୁଥିବା ପଣ୍ଡିତଙ୍କ ମଧ୍ୟରେ ସାମାଜିକ ଦୂରତାର ପାଳନ କରାଯାଇଥିଲା । ଏହା ସହିତ ଅନ୍ୟ ଅତିଥିମାନେ ମଧ୍ୟ ନିଜ ନିଜ ଭିତରେ ଦୂରତା ରଖି ବସିଥିଲେ । ଶ୍ରୀ ରାମ ଜନ୍ମଭୂମି ପରିସରରେ ପୂଜା କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମଲଲା ପରିଦର୍ଶନ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ସଷ୍ଟାଙ୍ଗ ପ୍ରଣାମ କରି ରାମଲଲାଙ୍କଠାରୁ ଆଶୀର୍ବାଦ ନେଇଥିଲେ ।

ram mandir silanyas

ରାମଲଲା ବିରାଜମାନ ସ୍ଥାନରେ ଭୁମିପୁଜା କରାଯାଇଛି । ୧୭୫ ସାଧୁସନ୍ତଙ୍କ ଉପସ୍ଥିତରେ ଏହି ଶୁଭ କାର୍ଯ୍ୟ ସମ୍ପନ୍ନ ହୋଇଥିଲା  । କରୋନା କାରଣରୁ ସାମାଜିକ ଦୂରତା ପ୍ରତି ବିଶେଷ ଧ୍ୟାନ ଦିଆଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ହେଲିକପ୍ଟର ଯୋଗେ ଅଯୋଧ୍ୟାରେ ସାକେତ କଲେଜରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭଗବାନ ହନୁମାନଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ। ଏହି ସମୟରେ ପିଏମ ମୋଦି ପଗଡି ଓ ମୁକୁଟ ପିନ୍ଧିଥିଲେ।

 

Leave a Reply