ପୁରୀରେ ବଦଳିଲା ଟିକାକରଣ କେନ୍ଦ୍ର: ଜାଣନ୍ତୁ କେଉଁଠି ଦିଆଯିବ ଟିକା
1 min read
ପୁରୀ: ଟିକାକରଣ କେନ୍ଦ୍ରରେ ପରିବର୍ତ୍ତନ । ସୋମବାର ଠାରୁ ଅର୍ବାନ ପ୍ରାଇମେରୀ ହେଲ୍ଥ ସେଣ୍ଟରରେ ଟିକାକରଣ ହେବ ନାହିଁ । ଏହା ପରିବର୍ତ୍ତେ ଷ୍ଟେସନ୍ ରୋଡ୍ ସ୍ଥିତ ଜିଲ୍ଲା ସ୍କୁଲ, ଡାଇମଣ୍ଡ ରୋଡ୍ ସ୍ଥିତ ବେଟ୍ରିକ ସ୍କୁଲ, ଲୋକନାଥ ରୋଡ୍ ସ୍ଥିତ ଗଦାଧର ସ୍କୁଲ, ଭିଆଇପି ରୋଡ୍ ସ୍ଥିତ କନଭେ୍ଟ ସ୍କୁଲ, ଗ୍ରାଣ୍ଡ ରୋଡ୍ ସ୍ଥିତ ବଳଗଣ୍ଡି ସ୍କୁଲ ଓ ଭୋଳାନାଥ ସ୍କୁଲରେ ଟିକାକରଣ କାର୍ଯ୍ୟକ୍ରମ ହେବ । ସକାଳ ୮. ଘଣ୍ଟାରୁ ରୁ ଦିନ ୧୨ ଘଣ୍ଟା ଓ ଅପରାହ୍ଣ ୩ ଘଣ୍ଟାରୁ ରୁ ୬ ଘଣ୍ଟା ଯାଏଁ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।