ପୁରୀ-ଶାଲିମାର ଶ୍ରୀଜଗନ୍ନାଥ ଏକ୍ସପ୍ରେସର S4 ବଗିରେ ବୈଷୟିକ ତ୍ରୁଟି, ଦୀର୍ଘ ସମୟ ଅଟକି ରହିଲା ଟ୍ରେନ୍..
1 min read
ନନ୍ଦିଘୋଷ ବ୍ୟୁରୋ: ପୁରୀ ରେଳଷ୍ଟେସନରେ ଦୀର୍ଘ ସମୟ ଧରି ଅଟକିଲା ଟ୍ରେନ୍ । ପୁରୀ-ଶାଲିମାର ଶ୍ରୀଜଗନ୍ନାଥ ଏକ୍ସପ୍ରେସର S4 ବଗିରେ ବୈଷୟିକ ତ୍ରୁଟି ଯୋଗୁଁ ଦୀର୍ଘସମୟ ପର୍ଯ୍ୟନ୍ତ ଟ୍ରେନଟି ୮ ନମ୍ବର ପ୍ଲାଟଫର୍ମରେ ଅଟକି ରହିଥିଲା । ଗତକାଲି ରାତିରେ ପୁରୀ ରେଳଷ୍ଟେସନରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ପୁରୀ-ଶାଲିମାର୍ ଶ୍ରୀଜଗନ୍ନାଥ ଏକ୍ସପ୍ରେସର S4 ବଗିର ଏୟାର ବେଲୋ ଲିକେଜ୍ ରହିଥିବା ଯୋଗୁଁ ଅଟକି ରହିଥିଲା । ଗତକାଲି ଟ୍ରେନଟି ରାତି ୧୦.୪୦ରେ ୮ ନମ୍ବର ପ୍ଲାଟଫର୍ମରୁ ଛାଡିବାକୁ ଥିବାବେଳେ ତ୍ରୁଟି ଥିବା ବଗିର ମରାମତି ଯୋଗୁଁ ପ୍ରାୟ ରାତି ୧.୩୦ ପର୍ଯ୍ୟନ୍ତ ଟ୍ରେନ୍ ଛାଡିନଥିଲା। ବୈଷୟିକ ତ୍ରୁଟି ଥିବା ବଗିଟି ମରାମତି ହେବାପରେ ଟ୍ରେନ୍ ଚଳାଚଳ ସ୍ୱଭାବିକ୍ ହୋଇଥିଲା ।