ପୁଣି ଭାଇରାଲ ହୋଇଛି ଶ୍ରୀମନ୍ଦିର ଗର୍ଭଗୃହ ଭିତରର ଫଟୋ

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ନେଇ ପୁଣି ଉଠିଛି ପ୍ରଶ୍ନ । ପୁଣି ଭାଇରାଲ ହୋଇଛି ଶ୍ରୀମନ୍ଦିର ଗର୍ଭଗୃହ ଭିତରର ଫଟୋ । ଆକାଶ ଚୌଧୁରୀ ନାମରେ ଥିବା ଫେସବୁକ ଆକାଉଣ୍ଟରୁ ଏହି ଫଟୋସବୁ ଭାଇରାଲ କରାଯାଇଛି । ଶ୍ରୀମନ୍ଦିର ଭିତରର ଫଟୋ ଅନେକ ବାର ଭାଇରାଲ ହୋଇଥିବା ସତ୍ତ୍ବେ ଏବେ ଗର୍ଭଗୃହ ଭିତରର ଫଟୋ କିପରି ଭାଇରଲ ହେଲା ତାକୁ ନେଇ ଉଠିଛି ପ୍ରଶ୍ନ ।
ପୂର୍ବରୁ ଭିତର ବେଢାର ଭିଡିଓ ଭାଇରାଲ ହୋଇଥିବା ଏବେ ଗର୍ଭ ଗୃହ ଭିତରର ଫଟୋ ଭାଇରାଲ ହୋଇଛି । ତେଣୁ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା କେତେ କଡ଼ାକଡ଼ି ତାକୁ ନେଇ ଉଠିଛି ପ୍ରଶ୍ନ । ଅନେକ ଥର ପୁରୀ ଶ୍ରୀମନ୍ଦିରର ଫଟୋ ଭାଇକରାଲ ହୋଇଥିବା ସ୍ୱତେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସବୁଠୁ ବଡ଼ ପ୍ରଶ୍ନ ମନ୍ଦିର ପୋଲିସ ଉପରେ ରହିଛି । ମନ୍ଦିରକୁ ମୋବାଇଲ ବାରଣ ସ୍ୱତେ କେମିତି ପ୍ରବେଶ କରୁଛି ମୋବାଇଲ । କାହିଁକି ସୁରକ୍ଷାରେ ଢିଲା ପଡୁଛି ପୋଲିସ ।