ଶ୍ରୀମନ୍ଦିର ଭିତରେ ଟଳିପଡିଲେ ସେବାୟତ

ନନ୍ଦିଘୋଷ ବ୍ୟୁରୋ: ଶ୍ରୀମନ୍ଦିର ଭିତରେ ଟଳିପଡିଲେ ସେବାୟତ । ମୃତ ସେବାୟତ ଜଣକ ହେଉଛନ୍ତି ଜଗା ସୁଆରବଡୁ । ଦ୍ବିପ୍ରହର ଧୂପ ପାଇଁ ପାଣି ପକାଉଥିବା ବେଳେ ଟଳି ପଡିଲେ ସୁଆର ବଡୁ ସେବାୟତ । ଛାତିରେ ଯନ୍ତ୍ରଣା ହେବାରୁ ତଳେ ପଡ଼ିଗଲେ ସେବାୟତ ଜଣକ । ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।