ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ
![](https://nandighoshatv.com/wp-content/uploads/2021/08/ନୂତନ-କମିଟି-ପ୍ରଥମ-ବୈଠକ-1024x576.jpg)
ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆଜି ବସିବ । ନୂତନ ପରିଚାଳନା କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହେବ । ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାର ସମ୍ଭାବନା ରହିଛି । ହେରିଟେଜ କରିଡର ସହିତ ସେବାୟତଙ୍କର କଲ୍ୟାଣ, ନୂତନ ସବକମିଟି ଗଠନ ନେଇ ବୈଠକରେ ଆଲୋଚନା ହୋଇପାରେ । ଏହାଛଡା ଗତ ରଥଯାତ୍ରାର ସମୀକ୍ଷା ମଧ୍ୟ ହୋଇପାରେ ।
ସୂଚନା ମୁତାବକ ପୁରୀରେ ଗୁରୁକୁଳ ନିର୍ମାଣ ପ୍ରସଙ୍ଗ ମଧ୍ୟ ଆଲୋଚନାରେ ଉଠିପାରେ । ଶ୍ରୀମନ୍ଦିର ସମ୍ପର୍କିତ ଅନେକ ପ୍ରସଙ୍ଗରେ ଆଲୋଚନା ହେବାର ଏଜେଣ୍ଡା ରହିଥଇବା ପରିଚାଳନା କମିଟି ସଦସ୍ୟ ସୂଚନା ଦେଇଛନ୍ତି । ଅନ୍ୟପଟେ ଆସନ୍ତାକାଲି ରେଖା ପଞ୍ଚମୀ ଅବସରରେ ମହାପ୍ରଭୁଙ୍କୁ ସୁବର୍ଣ୍ଣର ରାହୁରେଖା ଲାଗି କରାଯିବ । ଏଥିପାଇଁ ଅପରାହ୍ନ ଦୁଇଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।