ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଦଳାଚକଟା ଘଟଣା : ଭିଡିଓ ପଠାଇ ପାରିବେ ଭକ୍ତ

ନନ୍ଦିଘୋଷ ବ୍ୟୁରୋ : ରଥଯାତ୍ରା ଦଳାଚକଟା ନେଇ ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ପ୍ରତିକ୍ରିୟା। ଜନସାଧାରଣଙ୍କ ପାଖରେ ଦଳାଚକଟା ସମୟର ଯାହା ଭିଡିଓ କି ତଥ୍ୟ ଅଛି ତାହା ପ୍ରଦାନ କରିବାକୁ ସୂଚନା ଦେଇଛନ୍ତି ଉନ୍ନୟନ କମିଶନର ଅନୁ ଗର୍ଗ। ଅନେକ ଲୋକ ଦଳାଚକଟା ସମୟରେ ଭିଡିଓ କରିଥିଲେ। ଯେଉଁ ଭିଡିଓ ଗୁଡିକ ତଦନ୍ତରେ ସହଯୋଗ କରିବ। ଏ ନେଇ ଏକ ଇମେଲ ଜାରି କରିଛନ୍ତି। [email protected] ମେଲ ଆଇଡିରେ ଭକ୍ତମାନେ ତଥ୍ୟ ପଠାଇ ପାରିବେ। ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି ଅନୁୁ ଗର୍ଗ। କିଛି ଲୋକଙ୍କୁ ପଚରା ଉଚରା ମଧ୍ୟ କରିଛନ୍ତି। ଆଗକୁ ଆହୁରି ମଧ୍ୟ ପୁରୀ ଯିବେ ବୋଲି ସେ କହିଛନ୍ତି। ତଦନ୍ତକୁ ନେଇ ଏବେଠୁ କିଛି କହିବା ଅପରିପକ୍ୱ ହେବ ବୋଲି କହିଛନ୍ତି ଉନ୍ନୟନ କମିଶନର ଅନୁ ଗର୍ଗ। ନିଜେ ଭେଟି ତଥ୍ୟ ଦେବାକୁ ଚାହୁଁଥିଲେ ଭୁବନେଶ୍ଵର ସ୍ଥିତ ରାଜ୍ୟ ଅତିଥି ଭବନ ଓ ପୁରୀ ସ୍ପେଶାଲ ସର୍କିଟ ହାଉସରେ ଅପରାହ୍ଣ ୩ଟା ପରେ ଦେଇପାରିବେ।