ଶ୍ରୀ ମନ୍ଦିରରେ ହେଲା ବଡ଼ ମହାସ୍ନାନ, ୧ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ନୀତି ବିଳମ୍ବ

ପୁରୀ: ଶ୍ରୀ ମନ୍ଦିରରେ ଶ୍ରୀଜିଉଙ୍କ ବଡ଼ ମହାସ୍ନାନ। ଆଜି ଭୋର ୪ଟା ୩୫ରେ ଶ୍ରୀ ମନ୍ଦିର ଦ୍ଵାର ଫିଟା ନୀତି ସମ୍ପର୍ଣ୍ଣ ହୋଇଥିଲା । ମଙ୍ଗଳ ଆଳତୀ ପରେ ମଇଲମ ନୀତି ଚାଲିଥିବା ବେଳେ, ଜଣେ ବୃଦ୍ଧା ଜୟ ବିଜୟ ଦ୍ୱାର ନିକଟରେ ଛେପ ପକାଇବାରୁ ବଡ଼ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା। ଯାହା ଫଳରେ ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ନୀତି ପାଇଁ ୧ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଠାକୁରଙ୍କ ନୀତି ବିଳମ୍ବ ହୋଇଛି।
ମହାସ୍ନାନ ପରେ ଜୟ ବିଜୟ ଦ୍ୱାରରେ ଶୋଧ ହୋଇ ଚୂନ ପଡିବା ସହ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ଅନୁଷ୍ଠିତ ହେବ। ଏହାପରେ ଭକ୍ତମାନେ ଶ୍ରୀଜିଉଙ୍କ ଦର୍ଶନର ସାନିଧ୍ୟ୍ୟ ଲାଭ କରିପାରିବେ ।