ଜ୍ୱରରେ ପୀଡ଼ିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଚାଲିଛି ପଥି ଉପଚାର, ରଥ କାର୍ଯ୍ୟ ୭୫ ପ୍ରତିଶତ ଶେଷ

Puri Sri Jew Treatment After Snana Yatra And Ratha Update

ପୁରୀ: ରଥଯାତ୍ରା ପାଇଁ ଜୋରଦାର ଚାଲିଛି ପ୍ରସ୍ତୁତି । ରଥଖଳାରେ ତିନି ରଥର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ନିର୍ଦ୍ଧାରିତ ସମୟ ପୂର୍ବରୁ ଚାରି ନାହାକା, ୧୪ ନାହାକା, ଯୋଖା, ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଭୂଇଁ ଆଦି ୭୫ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି । ବର୍ତ୍ତମାନ ତିନି ରଥର ପୋଟଳ ନିର୍ମାଣ କାର୍ଯ୍ୟ ଜକିଆ କଣ୍ଟା ବାଡ଼ାଯାଇ ପ୍ରସ୍ତୁତ ହେଉଛି । ଆଜି ସମସ୍ତ ପୋଟଳ ରଥଉପରେ ସଂଯୋଗ ପୂର୍ବରୁ ପୋଟଳଗୁଡ଼ିକର ଚାରି ପାର୍ଶ୍ୱରେ କଣ୍ଟା ବାଡ଼ାଯିବ । ଗତକାଲି ୩୨ଟି ଲେଖାଁଏ ପାଖୁଡ଼ା ନିର୍ମାଣ କରାଯିବା ପରେ କଳସ ପେଣ୍ଡିରେ ବସାଯାଇଛି ।

Puri Sri Jew Treatment After Snana Yatra And Ratha Update

ସେପଟେ ସ୍ନାନଯାତ୍ରାରେ ଅତ୍ୟଧିକ ସ୍ନାନ କରି ଜ୍ୱରରେ ପୀଡ଼ିତ ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀମନ୍ଦିର ଅଣସର ପିଣ୍ଡିରେ ଚାଲିଛି ଗୁପ୍ତ ଉପଚାର । ଦୀପର କ୍ଷୀଣ ଆଲୋକରେ ସେବାରେ ନିୟୋଜିତ ଦଇତାପତି ସେବାୟତ । ଅଣସରର ଚତୁର୍ଥ ଦିନରେ ଚାଲିଛି ଗୁପ୍ତ ନୀତିକାନ୍ତି । ଜ୍ୱରର ଉପଚାର ପାଇଁ ପଥିରେ ଅଛନ୍ତି ଠାକୁର । ଚକଟା ଓ ପଣା ଭୋଗ ଲାଗି କରାଯାଉଛି । ସେପଟେ ମହାପ୍ରଭୁଙ୍କ ଅନୁପସ୍ଥିତିରେ ରତ୍ନବେଦୀରେ ପୂଜା ପାଉଛନ୍ତି ପଟି ଦିଅଁ । ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଅନନ୍ତ ନାରାୟଣ, ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ଓ ଦେବୀ ସୁଭଦ୍ରାଙ୍କ ସ୍ଥାନରେ ମା’ ଭୁବନେଶ୍ୱରୀଙ୍କୁ ପୂଜା କରାଯାଉଛି ।

Leave a Reply