ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିଲେ ଗୁଳି କରି ଖସାଇଦେବୁ: ପୁରୀ ଏସପି

1 min read

ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିଲେ ଗୁଳି କରି ଖସାଇଦେବ ପୋଲିସ । ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ିବା ଘଟଣା ଆଉ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ଘଟଣାରେ ଏସପି ଉମାଶଂକର ଦାଶ ଏହି କଥା କହିଛନ୍ତି । ଏହି ଘଟଣାକୁ ନେଇ ପୋଲିସ ପକ୍ଷରୁ ତଦନ୍ତ କରାଯିବା ସହ ଭାଇରାଲ ଭିଡିଓକୁ ବନ୍ଦ କରିବା ଓ ଡ୍ରୋନ କ୍ୟାମେରା ଶ୍ରୀମନ୍ଦିର ଚର୍ତୁଃପାର୍ଶ୍ୱରେ ନଉଡାଇବା ନେଇ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି  ଏସପି ଦାଶ କହିଛନ୍ତି । ଖାଲି ସେତିକି ନୁହେଁ ଜାମର ଲଗାଯିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି ।

ଶ୍ରୀମନ୍ଦିର ଭଳି ସମ୍ବେଦନଶୀଳ ଅଂଚଳରେ ଡ୍ରୋନ ଉଡାଇବା କଟକଣା ଥିବା ବେଳେ କିଭଳି ଏବଂ କେଉଁ ପରିସ୍ଥିତିରେ ଡ୍ରୋନ ଉଡ଼ାଯାଇ ଚିତ୍ର ଉତ୍ତୋଳନ କରାଗଲା ତାହାକୁ ନେଇ ସହରର ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଥିଲେ । ଏହି ଭାଇରାଲ ଭିଡିଓକୁ ତୁରନ୍ତ ସୋସିଆଲ ମିଡ଼ିଆରୁ ହଟାଯିବା ସହ ଶ୍ରୀମନ୍ଦିରର ସୁରକ୍ଷା ଦାୟିତ୍ୱ ଅର୍ଦ୍ଧସାମରିକ ବାହିନୀ କିମ୍ବା ସାମରିକ ବାହିନୀକୁ ନ୍ୟସ୍ତ କରିବାକୁ ଦାବି ହୋଇଛି ।

ଯଦି ଡ୍ରୋନ ମାଧ୍ୟମରେ ଅତି ସମ୍ବେଦନଶୀଳ ଏବଂ ଗୁପ୍ତ ଅଂଚଳର ଚିତ୍ର ଉତ୍ତୋଳନ କରି ସୋସିଆଲ ମିଡିଆରେ ଭାଇରାଲ କରାଯାଇପାରୁଛି, ତେବେ ସେହି ସ୍ଥାନରେ ବୋମାମାଡ଼ ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ବୋଲି ବୁଦ୍ଧିଜୀବୀ ମହଲ ଚିନ୍ତା ପ୍ରକଟ କରିଛନ୍ତି । ଏଭଳି ପରିସ୍ଥିତିରେ ଉଚ୍ଚ କ୍ଷମତା ସଂପନ୍ନ ଟେକ୍ନୋଲୋଜି ଓ ଗୁଇନ୍ଦା ସଂସ୍ଥା ଶ୍ରୀମନ୍ଦିର ସୁରକ୍ଷା ପାଇଁ ଉପଯୁକ୍ତ      ବୋଲି ସାଧାରଣରେ ଦାବି ହୋଇଛି । ')}

Leave a Reply