spot_img

Latest Posts

ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାରର ହେବ ଗଣତି ମଣତି

ନୀତି ବହୁଳ ନଥିବା ସମୟରେ ରତ୍ନଭଣ୍ଡାର ଅଳଙ୍କାରର ହେବ ଗଣତି ମଣତି l ରତ୍ନଭଣ୍ଡାର ଗଣତି ମଣତି ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ନିଆଯିବ ନିଷ୍ପତି l ବିଭିନ୍ନ ପର୍ଯ୍ୟାୟରେ ରତ୍ନ ଅଳଙ୍କାର ଗଣତି ମଣତି କରାଯିବ l ଶ୍ରୀ ମନ୍ଦିର ପରିଚାଳନା କମିଟି ବୈଠକରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକରେ ବିଶେଷ କରି ୫ଟି ବିନ୍ଦୁ ଉପରେ ଆଲୋଚନା କରାଯାଇଛି । ତେବେ ଅକ୍ଷୟ ତୃତୀୟା ପୂର୍ବରୁ ଗଣତି ମଣତି ଲାଗି ସେବାୟତ ମନେ ପ୍ରସ୍ତାବ ଦେଇଛନ୍ତି l

ମହାପ୍ରଭୁଙ୍କ ସୁନାବେଶ ପାଇଁ ସ୍ଵର୍ଣ୍ଣ ଅଳଙ୍କାରର ଏକ ନୂତନ ସେଟ ନିର୍ମାଣ ପାଇଁ ବୈଠକରେ ଆଲୋଚନା କରାଯାଇଛି l ସେପଟେ ଶ୍ରୀମନ୍ଦିର ନାଟ ମଣ୍ଡପରେ ଶୃଙ୍ଖଳିତ ଦର୍ଶନ ଉପରେ ଆଲୋଚନା କରାଯାଇଛି l ବିଗତ ଦିନମାନଙ୍କରେ ଅଭଡ଼ା ଯୋଜନାରେ କାଠ ରାମ୍ପ୍ ବ୍ୟବସ୍ଥା କରାଯିବ । ଏମାର. ମଠର ରୁପା ଇଟାକୁ ଶ୍ରୀ ଜଗନ୍ନାଥ ମନ୍ଦିର ଅଧୀନକୁ ଅଣାଯିବା ଲାଗି ପ୍ରୟାସ ଆରମ୍ଭ ହୋଇଛି l ସବ କମିଟିରେ ବଜେଟ ପାସ ହୋଇଛି l ୨୦୨୪- ୨୦୨୫ ଆର୍ଥିକ ବର୍ଷର ୧୦୪ କୋଟିର ବଳକା ବଜେଟ ହୋଇଛି l ବାହାର ରତ୍ନ ଭଣ୍ଡାର ଦ୍ଵାର ରୁପା ଛାଉଣୀ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି l ଶ୍ରୀ ମନ୍ଦିରକୁ ଦାନ କରିବା ଲାଗି ପୁରୀର ବିଭିନ୍ନ ଏଟିଏମ ମାଧ୍ୟମରେ ଭକ୍ତଙ୍କୁ ମେସେଜ୍ ଦିଆଯିବ । ଶ୍ରୀ ଗୁଣ୍ଡିଚା ମନ୍ଦିର ଖୁବ ଶୀଘ୍ର ଭକ୍ତଙ୍କ ଲାଗି ଖୋଲାଯିବ l ଶ୍ରୀ ମନ୍ଦିର ପ୍ରଶାସନ ଗୁଣ୍ଡିଚା ମନ୍ଦିର ପରିଚାଳନା କରିବ l

ଶ୍ରୀ ମନ୍ଦିରର ଜମି ଜମା ସମ୍ପର୍କରେ ଆଲୋଚନା କରାଯାଇଛି l ନାଟ ମଣ୍ଡପରେ ଧାଡି ଦର୍ଶନ ଲାଗି ବିଶେଷ ଆଲୋଚନା ହୋଇଛି l ନାଟ ମଣ୍ଡପରେ ଦର୍ଶନ ଲାଗି ଆଉ ଥରେ ପ୍ରସ୍ତୁତ ବ୍ୟାରିଗେଡକୁ ସମୀକ୍ଷା କରାଯିବ l ଶ୍ରୀ ଜଗନ୍ନାଥ ମନ୍ଦିର ଆଇନ କଡାକଡି କରାଯିବ l ଶ୍ରୀ ମନ୍ଦିରରେ ଦିବ୍ୟାଙ୍ଗ ମାନଙ୍କ ଦର୍ଶନ ଲାଗି ଆଲୋଚନା ହୋଇଥିବା ସୂଚନା ରହିଛି l ଇସ୍କନର ଅଦିନିଆ ରଥଯାତ୍ରା ଉପରେ ମଧ୍ୟ ଆଲୋଚନା କରାଯାଇଛି l ଇସ୍କନ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ସ୍ନାନ ଯାତ୍ରା ସଠିକ ସମୟରେ କରିବା ଲାଗି ଚିଠି ଲେଖାଯାଇଛି l ଶ୍ରୀ ମନ୍ଦିର ସେବାୟତ ଗୁରୁକୁଳ ଲାଗି ବିଶେଷ ଆଲୋଚନା ହୋଇଛି l ସେବାୟତ କଲ୍ୟାଣ ପାଣ୍ଠି ନେଇ ପେନସନ ରାଶି ବୃଦ୍ଧି କରାଯାଇଛି l ବରିଷ୍ଠ ସେବାୟତ ଙ୍କୁ ୪୦୦୦ ପରିବର୍ତ୍ତେ ୫୦୦୦ କରାଯାଇଛି l ସେହିଭଳି ସେବାୟତଙ୍କ ଝିଅ ବିବାହ ଲାଗି ୫୦ହଜାରୁ ୧ଲକ୍ଷ କରାଯାଇଛି l ଶ୍ରୀ ମନ୍ଦିର ସୁରକ୍ଷା ନେଇ ଆଲୋଚନା କରାଯାଇ ଅନେକ ନିଷ୍ପତି ନିଆଯାଇଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ l ପୁରୀ ବାସି ଙ୍କ ଶୃଙ୍ଖଳିତ ସହଜ ଦର୍ଶନ ଲାଗି ସ୍ୱତନ୍ତ୍ର ଗାଇଡ଼ ଲାଇନ ପ୍ରସ୍ତୁତ କରାଯିବ l ପୁରୀ ସହର ବାସିଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ଜିଲ୍ଲାପାଳ, ଏସ୍ପି ବିଭିନ୍ନ ନିଯୋଗ ସହ ଆଲୋଚନା କରି ନିଷ୍ପତି ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ଃ ଅରବିନ୍ଦ ପାଢ଼ୀ।

Latest Posts

Don't Miss