ଦଇତାପତି ନିଯୋଗ କାର୍ଯ୍ୟକାରୀ କମିଟିର ବୈଠକ, ରଥଯାତ୍ରାକୁ ନେଇ ହେବ ଆଲୋଚନା

1 min read

ପୁରୀ: ସାରା ଦେଶରେ କରୋନା ଭୟ । ଓଡ଼ିଶାରେ ମଧ୍ୟ ଏହାର ବିଶେଷ ପ୍ରଭାବ ଦେଖାଯାଇଛି । କୋଭିଡ୍‌-୧୯ କାରଣରୁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ବିଳମ୍ବରେ ରଥ ନିର୍ମାଣ ଆରମ୍ଭ ହୋଇଇଛି । ତେବେ ଏହି କରୋନା କାୟା ମେଲାଇଥିବାରୁ ମହାପ୍ରଭୁଙ୍କ ରଥଯାତ୍ରା, ସ୍ନାନ ପୂର୍ଣ୍ଣିମା, ଅଣସରନୀତି ଇତ୍ୟାଦି ହେବା ନେଇ ମଧ୍ୟ ସନ୍ଦେହ ଉପୁଜିଛି ।

ତେଣୁ ଆଜି ଏନେଇ ଶ୍ରୀମନ୍ଦିର ଦଇତାପତି ନିଯୋଗର କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଟିତ ହେବାକୁ ଯାଉଛି । ସ୍ନାନପୁର୍ଣିମା, ଅଣସର ନୀତି ଓ ରଥଯାତ୍ରା ନେଇ ବୈଠକରେ ବିସ୍ତୃତ ଆଲୋଚନା ହେବ ବୋଲି ସୂଚନା ମିଳିଛି । କୋଭିଡ୍‌-୧୯ ପରିସ୍ଥିତିରେ ରଥଯାତ୍ରା କିଭଳି ଶୃଙ୍ଖଳିତ ଭାବେ କରାଯିବ ସେନେଇ ନିଯୋଗର କାର୍ଯ୍ୟକାରୀ ସଦସ୍ୟ ମାନଙ୍କ ମତାମତ ଗ୍ରହଣ କରାଯିବ । ମଙ୍ଗଳବାର ଦଇତାପତି ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସକଙ୍କ ସହ ବୈଠକରେ ହୋଇଥିବା ଆଲୋଚନା ମୁତାବକ କି ପଦକ୍ଷେପ ଦଇତାପତି ନିଯୋଗ ନେବେ ସେଦିଗରେ ମଧ୍ୟ ଆଲୋଚନା କରାଯିବ । ପରେ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରି ଶ୍ରୀମନ୍ଦିର ପ୍ରଶାସନକୁ ଦିଆଯିବ ବୋଲି ସୂଚନା ମିଳିଛି ।

Leave a Reply