ନିଆରା ବାଲୁକା କଳା, ପିଆଜରେ ସାନ୍ତାକ୍ଲଜ

ପୁରୀ: ସୋମବାର ବଡ଼ଦିନ । ପଲ୍ଲୀରୁ ଦିଲ୍ଲୀ ଉତ୍ସବର ମାହୋଲ । ଏହି ଅବସରରେ ପୁରୀ ବ୍ଲୁ ଫ୍ଲାଗ ବିଚରେ ବାଲୁକା କଳା ମାଧ୍ୟମରେ ଓନିଅନ ସାନ୍ତାକ୍ଲଜ ନିର୍ମାଣ ହୋଇଛି । ନିଆରା ଢଙ୍ଗରେ ସାରା ବିଶ୍ୱକୁ ବଡଦିନର ହାର୍ଦ୍ଧିକ ଅଭିନନ୍ଦନ ଜଣାଇଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ତେବେ ଏହି କଳାକୃତିରେ ଦୁଇ ଟନ ପିଆଜର ବ୍ୟବହାର କରାଯାଇଛି । ଏହି ଅବସରରେ ସେ ଗିଫ୍ଟ ଏ ପ୍ଲାଣ୍ଟ, ଗ୍ରୀନ ଦ ଆର୍ଥର ବାର୍ତ୍ତା ଦେଇଛନ୍ତି । ପିଆଜରେ ମେରୀ ଖ୍ରୀଷ୍ଟ ମାସ ଲେଖାଯାଇଥିବା ବେଳେ ବିଭିନ୍ନ ପ୍ରକାରର ବୃକ୍ଷକୁ ସେ ଏଥିରେ ସ୍ଥାନିତ କରିଛନ୍ତି । ଯାହାକୁ ପର୍ଯ୍ୟଟକ ମାନେ ଅତି ଆନନ୍ଦର ସହ ଉପଭୋଗ କରିଛନ୍ତି ।