‘ରଥଯାତ୍ରା ସମୟ ରତ୍ନଭଣ୍ଡାର ଗଣତି ପାଇଁ ଉପଯୁକ୍ତ ସମୟ’

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ଥିତି ଓ ଏହାର ମରାମତି ନେଇ ଆଲୋଚନା । ରତ୍ନଭଣ୍ଡାର ତଦାରଖ କମିଟି ବୈଠକରେ ହେଲା ଆଲୋଚନା । ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ଯକ୍ଷ ତଥା ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ଯକ୍ଷତାରେ ଆଲୋଚନା ।
ବୈଠକ ପରେ ଜଷ୍ଟିସ ଅରିଜିତ ପଶାୟତ କହିଛନ୍ତି, ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ୧୯୭୮ ମସିହା କରାଯାଇଥିବା ଗଣତି ତାଲିକା ଉପରେ ଆଲୋଚନା କରାଯାଇଛି । ରତ୍ନଭଣ୍ଡାର ଭିତରକୁ ଯିବା ପାଇଁ କେତେବେଳେ ଉପଯୁକ୍ତ ହେବ ସେ ନେଇ ଅନୁଧ୍ଯାନ କରାଯାଇଛି । ରଥଯାତ୍ରା ବେଳେ ଗଣନା ପାଇଁ ଉପଯୁକ୍ତ ସମୟ ରହିବ । ୧୯୭୮ ମସିହାରେ ଗଣତି ପାଇଁ ୪ମାସ ଲାଗିଥିଲା । ୧୯୮୫ ମସିହା ପରଠୁ ଆଉ କିଛି ଗଣନା ହୋଇନି । ଆବଶ୍ଯକ ପଡ଼ିଲେ ଗଣତି ପାଇଁ ଟେକ୍ନୋଲୋଜିର ସହାୟତା ନିଆଯିବ । କ୍ଯାମେରା ଲଗାଯାଇ ଅଳଙ୍କାର ଗଣତି ପାଇଁ ପଦକ୍ଷେପ ନିଆଯିବା ସମ୍ପର୍କରେ ଆଲୋଚନା କରାଯାଇଛି ।