ଜୋରଦାର ଚାଲିଛି ରଥ ନିର୍ମାଣ କାମ

1 min read

ନନ୍ଦିଘୋଷ ବ୍ୟୁରୋ: ପାଖେଇ ଆସିଲାଣି ମହାପ୍ରଭୁଙ୍କ ରଥଯାତ୍ରା । ସେଥିପାଇଁ ପୁରୀ ରଥ ଖଳାରେ ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାମ । ଆଜି ୩ ରଥର ୪୨ ଟି ଚକ ମଧ୍ୟରୁ ୩୩ ଟି ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଅଖ ନିର୍ମାଣ ଓ ଗୁଜ ନିର୍ମାଣ ସହ ପ୍ରଭା ଅପସରା ଚଉପଟ କାର୍ଯ୍ୟ ଆଗେଇ ଚାଲିଛି ।

୨୨ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା । ଜୁଲାଇ ୭ ତାରିଖରେ ଶ୍ରୀଗୁଣ୍ଡିଚା । ଜୁଲାଇ ୧୨ରେ ଦକ୍ଷିଣ ମୋଡ । ଜୁଲାଇ ୧୪ ତାରିଖରେ ସଂଧ୍ୟା ଦର୍ଶନ । ଜୁଲାଇ ୧୫ ତାରିଖରେ ବାହୁଡା ଯାତ୍ରା । ଜୁଲାଇ ୧୭ ତାରିଖରେ ସୁନା ବେଶ ଓ ୧୮ ତାରିଖରେ ହେବ ଅଧରପଣା ନୀତି । ସେଥିପାଇଁ ପୁରୀ ରଥଖଳାରେ ଜୋରସୋର ଆଗେଇ ଚାଲିଛି ରଥ ନିର୍ମାଣ କାମ । ରଥତ୍ରୟର ଚକ, ଅଖ, ଗୁଜ ତିଆରିରେ ବ୍ୟସ୍ତ କାରିଗର । ଭୋଇ ସେବକମାନେ ସିଙ୍ଗଡ଼ା ବାଡ଼େଇ ଚକ ତିଆରିରେ ବିଶ୍ବକର୍ମାଙ୍କୁ କରୁଛନ୍ତି ସହଯୋଗ । ୩ ରଥର ପ୍ରାୟ ୩୩ ଚକ ଶେଷ ହୋଇଛି । ସାନ ଉଛୁଳା ବ୍ରେକ ଅଖ ତିଆରି ଶେଷ ପର୍ଯ୍ଯାୟରେ ଥିବାବେଳେ ସରିଛି ମୁହାଁଟ କାମ । ତାଳଧ୍ଵଜର ୫ଟି ଯୋକା ନିର୍ମାଣ ହୋଇଥିବା କହିଛନ୍ତି ମହାରଣା ସେବକ।

ତିନି ରଥରେ ସମନ୍ବୟ ରଖ୍ କାର୍ଯ୍ୟ କରାଯାଉଛି । ନନ୍ଦିଘୋଷ ଓ ତାଳଧ୍ଵଜର ୧୬ ଲେଖାଯୋଖା ସଂଖ୍ୟା l ଦେବଦଳନ ରଥରେ ୧୨ଟି ଯୋଖା ସଂଖ୍ୟା । ରଥ କୋଣ ମାନଙ୍କରେ ଏହି ଯୋଖା ସ୍ଥାପନ କରାଯାଏ । ତାଳଧ୍ବଜ ରଥର ४ ଟି କୋଣରେ ୪ଟି କରି ୧୬ଟି ଗୁଜ ଓ ସେହି ଅନୁସାରେ ଯୋଖା ଲାଗିବାକୁ ଥିବାବେଳେ ନନ୍ଦିଘୋଷ ରଥରେ ସେହି ଅନୁସାରେ ଯୋଖା ଲାଗିଥାଏ । ଦେବଦଳନ ରଥରେ ୪ କୋଣରେ ୩ଟି କରି ୧୨ଟି ଯୋଖା ଲଗାଯିବ। ଚକ ଶେଷ ହେବାକୁ ପହିକୁ ଅପେକ୍ଷା। କିଛି ପହି କାଠ ଉପୋଯୋଗୀ ନହେବାରୁ କରତକଳରୁ ଆସିବା ପରେ କରାଯିବ । ଶୀତଳଷଷ୍ଠୀ ସୁଦ୍ଧା ସବୁ ଚକ ତିଆରି ସରିବ ବୋଲି କହିଛନ୍ତି କାରିଗର।