ଘୋଷଯାତ୍ରା ପାଇଁ ପୁରୀ ପୋଲିସର ପ୍ରସ୍ତୁତି, ହୋଟେଲ ଆସୋସିଏସନ୍ ସହ ବୈଠକ

ପୁରୀ: ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ପୁରୀ ପୋଲିସ ପ୍ରଶାସନର ଜୋରଦାର ପ୍ରସ୍ତୁତି । ସୋମବାର  ଏସପିଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ହୋଟେଲ ଆସୋସିଏସନ୍ ସହ ବୈଠକ କରିଛନ୍ତି ଏସପି । ପର୍ଯ୍ୟଟକଙ୍କ ସୁରକ୍ଷା ଓ କୌଣସି ପ୍ରକାର ଅଭିଯୋଗ ପାଇଁ ପୁରୀ ପୋଲିସ ପକ୍ଷରୁ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ସମସ୍ତ ହୋଟେଲ ୭ ଦିନିଆ ସିସିଟିଭି ରେକର୍ଡ ନିକଟସ୍ଥ ଥାନାକୁ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବୈଠକରେ ପୁରୀ ସହରରେ ଥିବା ବିଭିନ୍ନ ହୋଟେଲ ମାଲିକ ଯୋଗଦେଇଥିଲେ ।

ହୋଟେଲରେ ରହଣି, ସୁରକ୍ଷା, ହୋଟେଲରେ ପର୍ଯ୍ୟାପ୍ତ ସିସିଟିଭି କ୍ୟାମେରା ଲଗାଇବା ନେଇ ଆଲୋଚନା କରାଯାଇଛି । ଥାନାୱାରୀ ହୋଟେଲଗୁଡ଼ିକୁ ନେଇ ଏକ ହ୍ବାଟ୍ସଆପ ଗ୍ରୁପ କରାଯାଇଛି । ରଥଯାତ୍ରା ପୂର୍ବରୁ ଓ ସେହି ସମୟରେ ହୋଟେଲରେ ନିର୍ଦ୍ଧାରିତ ଦର ତାଲିକା ଲଗାଇବା, ଧାର୍ଯ୍ୟ ଦରଠାରୁ ଅଧିକ ହୋଟେଲ ଭଡା ନନେବା, ହୋଟେଲରେ ଅବସ୍ଥାନ କରୁଥିବା ପର୍ଯ୍ୟଟକଙ୍କୁ ଉଚିତ୍ ବ୍ୟବହାର ପ୍ରଦର୍ଶନ, ହୋଟେଲ ଓ ପୋଲିସ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଉପରେ ଆଲୋଚନା ହୋଇଛି ।