କାଲି ଗୁଳିମାଡ଼ କରି ଖସିଥିଲା, ଆଜି ଗୁଳି ଖାଇଲା  

Puri Police Encounter Hardcore Criminal Biju Injured

ପୁରୀ: ପୁରୀ ପୋଲିସର ଏନକାଉଣ୍ଟର । ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବିଜୁ ବେହେରା ଗୁରୁତର ଆହାତ ହୋଇଛି । ବିଜୁର ବାମ ଗୋଡ଼ରେ ଗୁଳି ବାଜିଥିବା ବେଳେ ତାକୁ ଚନ୍ଦନପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚନ୍ଦନପୁର ନିକଟରେ ପୋଲିସ ଚଢ଼ାଉ କରିଥିଲା । ରେଡ୍ ବେଳେ ଆତ୍ମସମର୍ପଣ ପାଇଁ ବିଜୁକୁ କହିଥିଲା ପୋଲିସ । ହେଲେ ବିଜୁ ପୋଲିସ ଉପରକୁ ଗୁଳି ଚଳାଇଥିଲା । ଆତ୍ମରକ୍ଷା ପାଇଁ ପୋଲିସ ଗୁଳି କରିଥିଲା । ଗୁରୁତର ଅବସ୍ଥାରେ ବିଜୁକୁ ଚନ୍ଦନପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

Puri Police Encounter Hardcore Criminal Biju Injured

ଗତକାଲି ପୁରୀ ନରେନ୍ଦ୍ରକୋଣରେ ଦାଦାବାଟିକୁ ନେଇ ବିଜୁ ଓ ତାର ସହଯୋଗୀ ମହିଳାଙ୍କୁ ଗୁଳିମାଡ଼ କରି ଫେରାର୍ ହୋଇ ଯାଇଥିଲେ । ଗୁରୁତର ଆହତ ଶକୁନ୍ତଳାଙ୍କୁ ପ୍ରଥମେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା । ସେହି ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧୀ ବିଜୁ ବେହେରା ଓ କାଳିଆ ବେହେରା ଗୁଳିମାଡ଼ କରି ଫେରାର ହୋଇଯାଇଥିବା ପୋଲିସ ସୂଚନା ଦେଇଥିଲା । ଅଭିଯୁକ୍ତଙ୍କୁ ଧରିବା ଲାଗି ପୋଲିସ ୪ଟି ଟିମ୍ ଗଠନ କରିଥିବା ବେଳେ ବିଜୁକୁ ଏନକାଉଣ୍ଟର କରାଯାଇଛି ।

ପୂର୍ବରୁ ଶକୁନ୍ତଳାଙ୍କୁ ଦାଦାବଟି ମାଗିଥିଲେ ଅଭିଯୁକ୍ତ । ଶକୁନ୍ତଳାଙ୍କୁ ଗୁଳିମାଡ଼ ପରେ ଦୁର୍ବୃତ୍ତ ଦ୍ୱୟ ମାଟିତୋଟାରେ ଦାଦାବଟି ପାଇଁ ଗୁଳିମାଡ଼ ସହ ଟୁନି ବେହେରା ଓ ପୁଅ କାର୍ତ୍ତିକ ବେହେରାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ମାଆ ପୁଅଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Leave a Reply