spot_img

Latest Posts

ଗୁଣ୍ଡିଚା ମନ୍ଦିରରେ ପୋଲିସ ଡିଜି

ନନ୍ଦିଘୋଷ ବ୍ୟୁରୋ: ପୁରୀ ଗୁଣ୍ଡିଚା ମନ୍ଦିରରେ ପୋଲିସ ଡିଜି। ଆଜି ନବମୀ ସନ୍ଧ୍ୟା ଦର୍ଶନ। ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥାର କରିଛନ୍ତି ଅନୁଧ୍ୟାନ। ଆସନ୍ତାକାଲି ବାହୁଡ଼ା ଯାତ୍ରା ଥିବାରୁ ସେନେଇ ମଧ୍ୟ ଅନୁଧ୍ୟାନ କରିଛନ୍ତି। ଗୁଣ୍ଡିଚା ମନ୍ଦିର ଭିତରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ଏବଂ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥାର କରିଛନ୍ତି ଅନୁଧ୍ୟାନ। ପୋଲିସ ଡିଜିଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି।

ସେପଟେ ସନ୍ଧ୍ୟା ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିରହିଛି । ମହାପ୍ରଭୁଙ୍କ ଦର୍ଶନ ଶୃଙ୍ଖଳିତ ଭାବେ ଚାଲିଛି । ସବୁ ଯାଗାରେ ପୋଲିସ ମୁତୟନ ରହିଛନ୍ତି । ବାହୁଡା଼ ପାଇଁ ପ୍ରସ୍ତୁତି ସରିଛି । ବାହୁଡା଼ ଓ ସୁନାବେଶ ପାଇଁ ଟ୍ରାଫିକ ଆଡଭାଇଜରି ଜାରି କରାଯାଇଛି । ପୋଲିସ ର କଟକଣା ମାନିବା ପାଇଁ ଭକ୍ତ ଶ୍ରଦ୍ଧାଳୁକୁ ନିବେଦନ କରିଛନ୍ତି ଡିଜିପି ୱାଇ ବି ଖୁରନୀୟା  ।

Latest Posts

Don't Miss