5T ମନ୍ତ୍ରରେ ଚାଲିଛି ପୁରୀ ପରିକ୍ରମା ପ୍ରକଳ୍ପ କାମ

1 min read

ପୁରୀ: ଗ୍ରାଉଣ୍ଡରେ ଓ୍ବାର୍କ, ଟାର୍ଗେଟ ଅନୁସାରେ ବିକାଶ । ସପ୍ତାହକୁ ସପ୍ତାହ ନିର୍ମାଣ ଅଗ୍ରଗତିର ଅପଡେଟ ନେଉଛନ୍ତି 5T ସଚିବ । ପୁରୀକୁ ଯାଇ ଟାର୍ଗେଟ କାର୍ଯ୍ୟକାରିତାର କରୁଛନ୍ତି ସମୀକ୍ଷା । ସାତ ଦିନରେ ବଦଳିଗଲା ସିଂହଦ୍ବାର ସମ୍ମୁଖ ରାସ୍ତା । ସିଂହଦ୍ବାରଠୁ ଲଙ୍ଗୁଳି ମଠ ପର୍ଯ୍ୟନ୍ତ ବିଛା ସରିଲା ଖଣ୍ଡୋଲାଇଟ ପଥର । 5T ମନ୍ତ୍ରରେ ଯୁଦ୍ଧକାଳୀନ ଭିତ୍ତିରେ ଟାର୍ଗେଟ ଅନୁସାରେ ସରିଲା ନିର୍ମାଣ । ଶ୍ରୀମନ୍ଦିର ପଶ୍ଚିମଦ୍ବାର ସିନଥେଟିକ ପ୍ରାଚୀର ବି ୪ ସପ୍ତାହର ଧାର୍ଯ୍ୟ ସମୟ ଅନୁସାରେ ଶେଷ ହୋଇଛି ।

କେବଳ ଏଇ ଗୋଟିଏ ଉଦାହରଣ ନୁହେଁ । ନିର୍ଦ୍ଧାରିତ ସମୟ ଅନୁସାରେ ଗୁଣାବତ୍ତାକୁ ପାଥେୟ କରି ଚାଲିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ନିର୍ମାଣ । ଯାହାର ସମୀକ୍ଷା କରୁଛନ୍ତି 5T ସଚିବ ଭି.କେ. ପାଣ୍ଡିଆନ । ସପ୍ତାହକୁ ସପ୍ତାହ ଗ୍ରାଉଣ୍ଡକୁ ଯାଇ ନିର୍ମାଣ ଅଗ୍ରଗତିର ଅନୁଧ୍ୟାନ କରିବା ସହ ନିର୍ମାଣକାରୀ ସଂସ୍ଥା ସହ କରୁଛନ୍ତି ଓ୍ବାନ ଟୁ ଓ୍ବାନ ଆଲୋଚନା । ଟାର୍ଗେଟ ଦେଇ କାର୍ଯ୍ୟର ଅପଡେଟ ବି ନେଉଛନ୍ତି ।

ଐତିହ୍ୟ ସହର ରୂପେ ପୁରୀରେ ରୂପାନ୍ତରଣ କରୁଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନର ପ୍ରକଳ୍ପକୁ ବାସ୍ତବ ରୂପ ଦେବାକୁ ଗ୍ରାଉଣ୍ଡ ଓ୍ବାର୍କ ଚଳାଇଛନ୍ତି 5T ସଚିବ । ପରିକ୍ରମା ପ୍ରକଳ୍ପର ପରିକଳ୍ପନାକୁ ସଫଳ ରୂପାୟନ ପାଇଁ ପ୍ରତି ସପ୍ତାହରେ ପୁରୀ ଯାଇ ଅନୁଧ୍ୟାନ କରୁଛନ୍ତି । ମହାପ୍ରଭୁଙ୍କୁ ଦର୍ଶନ ପରେ ଶ୍ରୀମନ୍ଦିର ଚାରିପାଖେ ଚାଲିଥିବା ନିର୍ମାଣକୁ ବୁଲି ବୁଲି ଦେଖିବା ସହ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରୁଛନ୍ତି । କେଉଁ କାମ କେତେ ଦିନରେ ଶେଷ ହେବ ସେନେଇ ଟାର୍ଗେଟ ମଧ୍ୟ ଦେଉଛନ୍ତି । ଆସନ୍ତା ରଥଯାତ୍ରା ପୂର୍ବରୁ ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।