ପୁରୀ ପଦଯାତ୍ରା ପଲିଟିକ୍ସରେ ଏକଘରିକିଆ ଅପରାଜିତା, ମିଳିଲାନି ବିଜେପିର ସମର୍ଥନ

Puri Padayatra Politics, BJP Not Supporting MP Aparajita Sarangi

ଭୁବନେଶ୍ୱର/ପୁରୀ: ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ହାତ ଛାଡ଼ି ଦେଲା ବିଜେପି । ପଦଯାତ୍ରା ଅଭିଯାନରେ ସାମିଲ୍ ହେବନି ଦଳ । ବିଜେପିର ବରିଷ୍ଠ ନେତାମାନେ ଏଭଳି ବିବୃତି ଦେବା ପରେ ଏକ ଘରିକିଆ ହୋଇଯାଇଛନ୍ତି ମାଡମ୍ ଅପରାଜିତା । ଏପରିକି ପରିକ୍ରମା ପ୍ରକଳ୍ପକୁ ବିରୋଧ ନକରି ବରଂ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହେବା ଆବଶ୍ୟକ ବୋଲି କହିଛନ୍ତି ଖୋଦ୍ ପୁରୀ ବିଧାୟକ । ଶ୍ରୀଜଗନ୍ନାଥଙ୍କୁ ନେଇ ରାଜନୀତି କରାନଯାଉ । ବିଜେପିର ବରିଷ୍ଠ ନେତାମାନଙ୍କ ଏଭଳି ବିବୃତ୍ତି ଅପରାଜିତାଙ୍କ ଶ୍ରୀମନ୍ଦିର ଷଡ଼ଯନ୍ତ୍ରକୁ ଭଣ୍ଡୁର କରି ଦେଇଛି ।

 Puri Padayatra Politics, BJP Not Supporting MP Aparajita Sarangi

ଷଡ଼ଙ୍ଗୀ ମାଡମଙ୍କ ଷଡ଼ଯନ୍ତ୍ର ଫେଲ୍ । ମାଡମଙ୍କ ହାତ ଛାଡ଼ି ଦେଲା ଦଳ । ସ୍ଥାନୀୟ ବିଧାୟକ କହିଲେ ସାଂସଦ ପୁରୀ ଆସନ୍ତୁ କିନ୍ତୁ ରାଜନୀତି କରନ୍ତୁ ନାହିଁ ।… ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ବିବୃତିକୁ ନେଇ ଅଡୁଆରେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଦଳମତ ନିର୍ବିଶେଷରେ ବିଧାନସଭା ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ଅନୁମୋଦନ କରିଛି । ଶ୍ରୀମନ୍ଦିର ଉପରେ ପୁରୀର ଲକ୍ଷାଧିକ ଲୋକ ଓ ସେବାୟତ ନିର୍ଭରଶୀଳ । ତେଣୁ ସେମାନେ ପ୍ରକଳ୍ପକୁ ସମର୍ଥନ କରୁଛନ୍ତି ।

ଅଯଥା ପରିକ୍ରମା ପ୍ରକଳ୍ପକୁ ନେଇ ରାଜନୀତି କରାନଯାଉ । ପୁରୀକୁ ଯିଏବି ଆସିଲେ ପୁରୀବାସୀ ସେମାନଙ୍କୁ ସ୍ୱାଗତ କରିବେ । ସାଂସଦଙ୍କୁ ମଧ୍ୟ ସ୍ୱାଗତ କରାଯିବ । ହେଲେ ପ୍ରକଳ୍ପ ନାଁରେ ରାଜନୀତି ଗ୍ରହଣୀୟ ନୁହେଁ ବୋଲି ସ୍ପଷ୍ଟ ଭାବେ କହିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ । ଏହି ପଦଯାତ୍ରାକୁ ନେଇ ସାଂସଦଙ୍କ ପୋଷ୍ଟର ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ବେଳେ ବିଜେପି ଏଥିରେ ସାମିଲ୍ ହେବ ନାହିଁ ବୋଲି ଦଳର ନେତାମାନେ ସ୍ପଷ୍ଟ କରିଛି । ଯେଉଁମାନେ ପଦଯାତ୍ରାର ଆହ୍ୱାନ ଦେଇଥିଲେ ସେମାନେ ବିଜେପିକୁ ଆମନ୍ତ୍ରଣ କରିନାହାନ୍ତି । ତେଣୁ ବିଜେପି ଏହି ପଦଯାତ୍ରା ସହ ନାହିଁ ବୋଲି ଦଳ ଘୋଷଣା କରିଛି । ଏହା ଦ୍ୱାରା ପଦଯାତ୍ରାର ଆହ୍ୱାନ ଦେଇଥିବା ନେତା ଓ ସଂଗଠନକୁ ଲାଗିଛି ଶକ୍ତ ଧକ୍କା ।

Puri Padayatra Politics, BJP Not Supporting MP Aparajita Sarangi

ସେପଟେ କଂଗ୍ରେସର ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ ମଧ୍ୟ ପ୍ରକଳ୍ପ କାର୍ଯ୍ୟରେ କୌଣସି ବିଚ୍ୟୁତ୍ ହୋଇନି ବୋଲି କହିଛନ୍ତି । ପୂର୍ବରୁ ତାଙ୍କର ଧାରଣା ଭୁଲ୍ ଥିଲା, ନିଜେ ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିବା ପରେ ତାଙ୍କ ଧାରଣାରେ ମଧ୍ୟ ପରିବର୍ତ୍ତନ ଆସିଥିବା କହିଛନ୍ତି । ଦଳ ଓ ସଂଗଠନ ସମସ୍ତେ ହାତ ଛାଡ଼ି ଦେବା ପରେ ମଧ୍ୟ ସାଂସଦଙ୍କ ବିକାଶ ବିରୋଧୀ ମାନସିକତାରେ ପରିବର୍ତ୍ତନ ଆସିନି । ଶ୍ରୀଜଗନ୍ନାଥଙ୍କ ଦର୍ଶନ ଆଳରେ ଆସନ୍ତାକାଲି ପୁରୀ ଯିବାକୁ ଘୋଷଣା କରିଛନ୍ତି ।