ସହଯୋଗ ନା’ରେ କନେଷ୍ଟବଳଙ୍କ ଦୁଷ୍କର୍ମ, ଗିରଫ କଲା ସତ୍ୟବାଦୀ ପୋଲିସ

1 min read

ରକ୍ଷକ ସାଜିଲା ଭକ୍ଷକ । ସହଯୋଗ ବଦଳରେ କରାଗଲା ଦୁଷ୍କର୍ମ । କେବଳ ଦୁଷ୍କର୍ମ ନୁହେଁ ବ୍ଲାକମେଲର ମଧ୍ୟ ଅଭିଯୋଗ ଆସିଛି । ଏମିତି ବର୍ବର କାଣ୍ଡ ଭିଆଇଛନ୍ତି ଜଣେ ଖାକି ବର୍ଦ୍ଦି ବାଲା । ମହିଳାଙ୍କୁ ଦୁଷ୍କର୍ମ  ଓ ବ୍ଲାକ ମେଲିଙ୍ଗ ଅଭିଯୋଗରେ ସଂପୃକ୍ତ କନେଷ୍ଟବଳଙ୍କୁ ଗିରଫ କରାଯାଇଛି । ସେ ହେଉଛନ୍ତି ନିମାପଡା ଥାନାର କନେଷ୍ଟବଳ ଗଙ୍ଗାଧର ରାଉତ ।

କନେଷ୍ଟବଳ ଗଙ୍ଗାଧରଙ୍କୁ ଗିରଫ କରିଛି ସତ୍ୟବାଦୀ ପୋଲିସ । ସତ୍ୟବାଦୀ ଥାନାରେ ଡ୍ୟୁଟି କରୁଥିବା ସମୟରେ ଜଣେ ମହିଳାଙ୍କୁ ଏକ ମାମଲାରେ ସହଯୋଗ କରିବାକୁ କହି ତାଙ୍କ ସହ ସମ୍ପର୍କ ରଖିଥିଲେ ଗଙ୍ଗାଧର । ପରେ ତାଙ୍କୁ ଦୁଷ୍କର୍ମ କରିବା ସହିତ ବ୍ଲାକ ମେଲ୍ କରିଥିବା ଅଭିଯୋଗ ଆଣିଛନ୍ତି ମହିଳା । ପୁରୀ ଏସପିଙ୍କର ପାଖରେ ଅଭିଯୋଗ ପରେ ଗଙ୍ଗାଧରଙ୍କୁ ଗିରଫ କରିଛି ପୋଲିସ। ')}

Leave a Reply